ନିଜ ପ୍ରିୟ ଖାଦ୍ୟ ଦେଖି ଏମିତି ହେଲେ କରୀନା: ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ କରୀନା କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି। ପ୍ରତିଦିନ ଫଟୋ ହେଉ କି ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ କରୀନା ଏପରି ଏକ ଫଟୋ ଶେୟାର କରିଛନ୍ତି, ଯାହା ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କରୀନାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କରୀନା କପୁର ଖାଦ୍ୟକୁ ବହୁତ ଭଲ ପାଆନ୍ତି। ନିଜ ପସନ୍ଦର ଖାଦ୍ୟ ପଦାର୍ଥ ଦେଖିବା ପରେ ସେ ସବୁକିଛି ଭୁଲିଯାନ୍ତି। ଏପରିକି ସେ ତାଙ୍କ ଡାଏଟିଂ କଥା ମଧ୍ୟ ଭୁଲି ଯାନ୍ତି। କରୀନା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପେଷ୍ଟ୍ରି ଖାଉଥିବାର ନଜର ଆସିଛନ୍ତି। ଏହାକୁ ଖାଇବା ସମୟରେ ସେ ଭୟଙ୍କର ନଜର ଆସୁଛନ୍ତି। ଜଣାପଡିଛି ସେ ପେଷ୍ଟ୍ରି ଖଶବାକୁ କେତେ ବ୍ୟଗ୍ର। ନିକଟରେ କରୀନା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ସେ ସୁସ୍ଥ ହୋଇ ଫେରିଛନ୍ତି।
କରୀନାଙ୍କୁ ଅଦୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲାଲ ସିଂ ଚଢା’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅମିର ଖାନ ଏବଂ କରୀନା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ଗତ ବର୍ଷ ୨୦୨୦ରେ ମୁକ୍ତିଲାଭ କରିଥିଲା କିନ୍ତୁ କରୋନା ଯୋଗୁ ଫିଲ୍ମର ଶୁଟିଂ ବନ୍ଦ ହୋଇଯାଇଥିଲା। ଲକଡାଉନ ଖୋଲିବା ପରେ, ପୁନର୍ବାର ଶୁଟିଂ ଆରମ୍ଭ କରି ରିଲିଜ ତାରିଖ ବୃଦ୍ଧି କରାଯାଇଥିଲା। ଏବେ ଏହି ଫିଲ୍ମ ଚଳିତବର୍ଷ ଫେବୃଆରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ ରେ ମୁକ୍ତିଲାଭ କରିବ।

 

Share