ତିନି ଜଣଙ୍କୁ ପ୍ରେମ କରିବା ପରେ ଶେଷରେ ବିବାହିତ ଶୈଫଙ୍କ ହାତ ଧରିଥିଲେ ବେବୋ

ମୁମ୍ବାଇ: ବଲିଉଡ୍‌ର ଗ୍ଲାମରସ୍ ନାୟିକା କରିନା କପୁର ଖାଁ ୪୦ ବର୍ଷରେ ପଦାର୍ପଣ କରିଛନ୍ତି । କରୋନା ସଂକ୍ରମଣ ଯୋଗୁ ସେ ଏଥର ତାଙ୍କ ଜନ୍ମଦିନ ପରିବାର ସହ ପାଳନ କରିଛନ୍ତି । ଯାହାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ନାୟିକାଙ୍କ ପର୍ସନାଲ ଲାଇଫ୍‌କଥା ଯଦି ଆଲୋଚନା କରିବା ତେବେ କପୁର ବଂଶର ଏହି ଲଳନା ୩ ଜଣ ପୁରୁଷଙ୍କ ପ୍ରେମରେ ପଡିଥିବା ବେଳେ କାହାକୁ ନିଜର କରିପାରି ନ ଥିଲେ । ଆଉ ଶେଷରେ ଜଣେ ବିବାହିତ ପୁରୁଷ ସେ ପୁଣି ୨ଟି ସନ୍ତାନର ପିତା ହୋଇ ସାରିଥିଲେ ବି କରିନା ତାଙ୍କ ସହ ସଂସାର ଗଢିଛନ୍ତି । କୁହାଯାଏ କରିନା ଯେତେବେଳେ ବଲିଉଡ୍‌ରେ ନାୟିକା ଭାବେ ପ୍ରବେଶ କଲେ ସେତେବେଳେ ସେ ଅଭିନେତା ଫରଦିନ ଖାଁଙ୍କୁ ପ୍ରେମକରି ବସିଲେ । ଏକଥା ଅବଶ୍ୟ ଖୁବ୍‌କମ୍ ଲୋକ ଜାଣନ୍ତି । ଉଭୟ ପରସ୍ପରକୁ ଡେଟିଂ କରିବା ସହ କିଛି ସ୍ଥାନରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଲା । ହେଲେ କ’ଣ ହେଲା କେଜାଣି କିଛିଦିନ ପରେ ଉଭୟଙ୍କ ମଧ୍ୟରେ ହେଲା ବ୍ରେକ୍ ଅପ୍ । ଅବଶ୍ୟ ଏହାପରେ କରିନାଙ୍କ ନାଁକୁ ଭଲିଉଡ୍ ହ୍ୟାଣ୍ଡସମ୍ ହିରୋ ହ୍ରିତିକ ରୋଶନଙ୍କ ସହ ଯୋଡି ଦିଆଗଲା । ଏହାପରେ କରିନା-ହ୍ରିତିକଙ୍କୁ ମୁଝ୍‌ସେ ଦୋସ୍ତି କରୋଗେ, କଭି ଖୁସି କଭି ଗମ୍‌, ପ୍ରେମ କି ଦିୱାନି ଆଦି ଫିଲ୍ମରେ ଏକାଠି ଦେଖିବାକୁ ମିଳିଲା । ଏହାପରେ ଏମାନଙ୍କ ମଧ୍ୟରେ ବେଶ୍ କିଛିଦିନ ପ୍ରେମ ସମ୍ପର୍କ ରହିଲା । ଏହି ସମ୍ପର୍କକୁ ନେଇ କରିନା ବେଶ୍ ସିରିୟସ୍ ଥିବା ବେଳେ ଥରେ କୁଆଡେ ସେ ତାଙ୍କ ହାତ କାଟିଦେଇଥିବା କୁହାଯାଏ । ହେଲେ ଏହାବି କରନାଙ୍କ ଭାଗ୍ୟରେ ବୋଧହୁଏ ନ ଥିଲା । ଭାଙ୍ଗିଗଲା ହ୍ରିତିକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ । ଏହାର କିଛିଦିନ ପରେ କରିନା ପ୍ରେମ କରି ବସିଲେ ବଲିଉଡ୍ ନାୟକ ସାହିଦ କପୁରଙ୍କୁ । ଉଭୟ ଏକଥାକୁ ସର୍ବ ସମ୍ମୁଖରେ ସ୍ୱୀକାର ବି କଲେ । କୁହାଯାଏ ଏହି ପ୍ରେମ ସମ୍ପର୍କକୁ ନେଇ ସାହିଦ ସିରିୟସ ଥିଲା ବେଳେ କରିନା କିନ୍ତୁୁ ଆଉ କାହାକୁ ମନ ଦେଇ ବସିଥିଲେ । ତା’ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା । ପରସ୍ପରଠାରୁ ଅଲଗା ହୋଇଗଲେ ଏହି ପ୍ରେମି ଯୁଗଳ । ତେବେ ଏତିକିରେ ହାରି ଯାଇ ନ ଥିଲେ କରିନା । ଶେଷରେ ପ୍ରେମ କରି ବସିଲେ ବଲିଉଡ୍ ନାୟକ ଶୈଫ ଅଲି ଖାଁଙ୍କୁ । ଶୈଫ ସେତେବେଳେ ଦୁଇଟି ସନ୍ତାରନ ପିତା ହୋଇ ସାରିଥିଲେ ବି କରିନା କିନ୍ତୁ ଶୈଫଙ୍କୁ ମନଦେଲେ । ବୟସର ତାରତମ୍ୟ ଖୁବ୍ ଅଧିକ ହୋଇଥିଲେ ବି ପ୍ରେମ ଆଗରେ ସବୁ ହାର ମାନିଲା । ଶେଷରେ କରିନା ଶୈଫଙ୍କୁ ଜୀବନସାଥି ଭାବେ ବାଛିନେଲେ । ଏବେ ଉଭୟ ଖୁସିରେ ସଂସାର କରିଥିବା ବେଳେ ପୁଅ ତୈମୁରଙ୍କୁ ସହ ସେମାନେ ଖୁବ୍ ଖୁସି । ଆଉ ସବୁଠାରୁ ଖୁସି ଖବର ହେଲା କରିନା ଏବେ ପୁଣିଥରେ ମା’ ହେବାକୁ ଯାଉଛନ୍ତି ।

Share