ଏହି ରାଜ୍ୟର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମୟରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର କାର୍ଯ୍ୟକଳାପ ସହ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ନିକଟରେ ବେବୋ ନିଜ ପସନ୍ଦର ବ୍ୟଞ୍ଜନର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥିଲେ। କେରଳର ବେଶ୍‌ ଜଣାଶୁଣା ଖାଦ୍ୟକୁ କରୀନା ନିଜ ‘ଫେବରିଟ୍‌ ଫୁଡ୍‌’ ବୋଲି କହିଛନ୍ତି। ଶେୟାର ହୋଇଥିବା ଏହି ଫଟୋକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ବାଲକ୍ରିଷ୍ଣନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭୋଜନର ଏକ ଫଟୋକୁ କରୀନା ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। କେରଳର ବେଶ୍‌ ଜଣାଶୁଣା ସେଫଙ୍କ ମଧ୍ୟରେ ବାଲକ୍ରିଷ୍ଣନ୍‌ ହେଉଛନ୍ତି ଅନ୍ୟତମ। ଉକ୍ତ ଫଟୋରେ କଦଳୀ ପତ୍ରରେ ନାଲି ଭାତ ଓ ସମ୍ବର ପରଷାଯାଇଥିବା ଦେଖିବାକୁ ମିଳିଛି। ଏଥିସହ ଅବିୟାଲ ନାମକ ଏକ ଅନ୍ୟ ବ୍ୟଞ୍ଜନ ମଧ୍ୟ ପରଷାଯାଇଥିବା ନଜର ଆସିଛି। ଏହି ଫଟୋକୁ ଶେୟାର କରିବା ସହ କରୀନା କ୍ୟାପସନ୍‌ରେ ଲେଖିଛନ୍ତି, ମୋର ପସନ୍ଦର ଖାଦ୍ୟ। ଏଥିସହ ସେ ସେଫ୍‌ଙ୍କ ଇମୋଜି ମଧ୍ୟ ଶେୟାର କରିଛନ୍ତି। କରୀନାଙ୍କ କାର୍ଯ୍ୟ କଥା କହିବାକୁ ଗଲେ ନିକଟରେ ସେ ଏକ କୁକିଂ ଶୋ’ଷ୍ଟାର ଭର୍ସେସ ଫୁଡ୍‌ରେ ନଜର ଆସିଥିଲେ। ଶୋ’ରେ ବେବୋ ପିଜା ତିଆରି କରିଥିବା ଦେଖିବାକୁ ମିଳିଥିଲା।

Share