ତୃତୀୟଥର ମା’ ହେବା ନେଇ ମୁହଁ ଖୋଲିଲେ କରିନା

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍‌ ତୃତୀୟଥର ମା’ ହେବାକୁ ଯାଉଥିବା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏଭଳି ଗର୍ଭଧାରଣ ଖବରକୁ ମଜାଳିଆ ଢଙ୍ଗରେ ଖଣ୍ଡନ କରିଛନ୍ତି ବେବୋ। ଇନ୍‌ଷ୍ଟା ଷ୍ଟାଟସରେ କରିନା ଲେଖିଛନ୍ତି, ବନ୍ଧୁଗଣ, ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଗର୍ଭବତୀ ନାହିଁ, ସୈଫ(କରୀନାଙ୍କ ସ୍ବାମୀ) କହିଛନ୍ତି ଆମ ଦେଶର ଜନସଂଖ୍ୟା ବୃଦ୍ଧିରେ ସେ ବହୁ ଅବଦାନ ରଖିଛନ୍ତି। କରିନାଙ୍କ ଏହି ମଜାଳିଆ ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି, ତାଙ୍କ ପୋଷ୍ଟ ଏବେ ଭାଇରାଲ୍‌ ହେବାରେ ଲାଗିଛି।
କରିନା କପୁରଙ୍କ ସ୍ବାମୀ ତଥା ଅଭିନେତା ସୈଫ ଅଲି ଖାନ ଚାରି ସନ୍ତାନର ପିତା। ତାଙ୍କର ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ପକ୍ଷରୁ ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନଙ୍କ ସହ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଦ୍ୱିତୀୟ ସ୍ତ୍ରୀ କରିନା କପୁରଙ୍କର ଦୁଇ ପୁଅ ତୈମୁର ଏବଂ ଜେହ ଅଲି ଖାନ ଅଛନ୍ତି।
କରିନା କପୁରଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ତାଙ୍କୁ ଏହି ଫିଲ୍ମରେ ଅମିର ଖାନଙ୍କ ବିପକ୍ଷରେ ଦେଖିବାକୁ ମିଳିବ।

Share