ନୂଆ କାର୍‌ କିଣିଲେ କରୀନା, ଦାମ୍‌ ଜାଣିଲେ…

ବଲିଉଡ ଅଭିନେତ୍ରୀ କରୀନା କପୁର ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ନିଜ ସଉକ ପୂରଣ କରିବା ପାଇଁ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ। ବେବୋ ନୂଆ ଡିଜାଇନ୍‌ର କାର୍‌ କିଣିବାକୁ ଭଲ ପାଆନ୍ତି। ନିକଟରେ ସେ ଆଉ ଏକ ନୂଆ କାର କିଣିଛନ୍ତି। ଏହି ନୂଆ କାର୍‌ରେ ପୁଅକୁ ବସାଇ ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଇଛନ୍ତି।
କରୀନା କପୁର ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ସାନ ପୁଅ ଜେହଙ୍କୁ କୋଳରେ ଧରି ନୂଆ କାର ଉପରୁ ପରଦା ଉଠାଉଛନ୍ତି।
କରୀନା ମର୍ସିଡିଜ ଏସ-କ୍ଲାସ ଆଇ ଗାଡି କିଣିଛନ୍ତି। ଏହାର ମୂଲ୍ୟ ପ୍ରାୟ ୧.୬୦ କୋଟି ଟଙ୍କା।
କରୀନା କପୁରଙ୍କୁ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲାଲ ସିଂ ଚଢା’ରେ ଦେଖିବାକୁ ମିଳିଥିଲା। ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା।

Share