ଲଞ୍ଚ ହେଲା କରିନାଙ୍କ ପୁସ୍ତକ

ମୁମ୍ବାଇ: ବଲିଉଡ୍‌ର ଆଗ ଧାଡିର ନାୟିକା କରିନା କପୁର ଖାଁ ଯେକି ଦୁଇଟି ସନ୍ତାନର ଜନନୀ ଶେଷରେ ଶୁକ୍ରବାର ସେ ତାଙ୍କର ପୁସ୍ତକ ‘ପ୍ରେଗନାନ୍ସି ବାଇବଲ’ ଲଞ୍ଚ କରିଛନ୍ତି । ପୂର୍ବରୁ କରିନା ଘୋଷଣା କରିଥିଲେ କି ୨୦୨୦ରେ ସେ ତାଙ୍କ ପ୍ରଥମ ସନ୍ତାନ ତୈମୁରଙ୍କ ଜନ୍ମଦିନରେ ଗର୍ଭାବସ୍ଥାକୁ ନେଇ ଏକ ପୁସ୍ତକ ରଚନା କରୁଛନ୍ତି । ଆଉ ଏବେ ସେ ଉକ୍ତ ପୁସ୍ତକ ବିଷୟରେ ସବୁ ବିବାରଣୀ ଦେଇଛନ୍ତି । କରିନାଙ୍କ ପୁସ୍ତକ ଏବେ କ୍ରୟ କରିବାକୁ ଉପଲବ୍ଧ । ଇନଷ୍ଟାଗ୍ରାମରେ କରିନାଙ୍କ ପୁସ୍ତକର ଏକ ଝଲକ ସହ ଗର୍ଭବସ୍ଥାର ଅନୁଭବ କଥା ସେ କହିଛନ୍ତି । କରିନା ଲେଖିଛନ୍ତି ଭଲ ଦିନ, ଖରାପ ଦିନରେ କାମରେ ଯୋଗ ଦେବାକୁ ମୁଁ ଉତ୍ସାହିତ ଥାଏ ଆଉ କେବେ କେବେ ବିଛଣାରୁ ଉଠିବାକୁ ମୋତେ ସଂଘର୍ଷ କରିବାକୁ ପଡେ । ଏହି ପୁସ୍ତକ ମୋ ଗର୍ଭାବସ୍ଥାର ଶାରୀରିକ ଓ ଭାବନାତ୍ମକ ରୂପ ଉଭୟ ଅନୁଭବର ଏକ ବ୍ୟକ୍ତିଗତ ଖାତା । ଏହି ପୁସ୍ତକଟି ତାଙ୍କର ତୃତୀୟ ସନ୍ତାନ ଭଳି ବୋଲି କହିଛନ୍ତି କରିନା । ତାଙ୍କ ପୁସ୍ତକ FOGSI ଭାରତ ଦ୍ୱାରା ଅନୁମୋଦିତ ହୋଇଥିବାରୁ ସେ ଖୁବ୍ ଉତ୍ସାହିତ ଓ ଗର୍ବିତବୋଲି କହିଛନ୍ତି । ଏହାପରେ ସେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ସେଥିରେ ସେ ଏକ ମାକ୍ରୋଓଭେନରୁ ତାଙ୍କ ପୁସ୍ତକ ବାହାର କୁରୁଥିବା ଦେଖାଯାଇଛି ।

Share