ମୁଁ କ’ଣ ମେଶିନ୍‌? ତୃତୀୟ ଥର ମା’ ହେବାକୁ ନେଇ…

ବମ୍ବେ: କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଅଭିନେତ୍ରୀ କରିନା କପୁର ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋ ଦେଖି ଅନେକେ ସେ ମା’ ହେବାକୁ ଯାଉଥିବା ସନ୍ଦେହ କରିଥିଲେ। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି କରିନା।

ଏକ ସାକ୍ଷାତକାରରେ କରିନା କହିଛନ୍ତି, ଯେତେବେଳେ ଜଣେ ମହିଳା ମୋଟା ହୁଅନ୍ତି ସେତେବେଳେ ସେ ମା’ ହେବାକୁ ଯାଉଛନ୍ତି କି ବୋଲି ମନରେ ପ୍ରଶ୍ନ ଆସେ। ହେଲେ ମୁଁ କ’ଣ ମେଶିନ। ମୁଁ କଣ କରିବି ନ କରିବି ତାହା ମୋ ଉପରେ ଛାଡ଼ିଦିଅ। ଲୋକେ ମୋର ଫଟୋ ଦେଖି ମନ୍ତବ୍ୟ ଦେବା ପରେ ମୁଁ ଚମକି ପଡ଼ିଥିଲି। ବାଧ୍ୟ ହୋଇ ସୋସିଆଲ ମିଡିଆରେ ଜବାବ ଦେଇଥିଲି।

ଆମେ ସବୁ ସମସ୍ତଙ୍କ ଭଳି ମଣିଷ। ଏଣୁ ସବୁ ଜିନିଷ ଅସଲ ରହୁ। ଆଜିର ସମୟରେ ମୁଁ ଏମିତି ଜଣେ ଅଭିନେତା ଯିଏ ସଚ୍ଚୋଟତାର ସହ ସବୁକିଛି ସାମ୍ନାରେ ରଖିଛି। ୮ ମାସ ଗର୍ଭବତୀ ଥିବା ବେଳେ ବି ମୁଁ କାମ କରିଛି। ସେତେବେଳେ ମୁଁ ବହୁତ ମୋଟି ଥିଲି। ମୁଁ ନିଜକୁ ଲୁଚାଇ ନ ଥିଲି। ସମସ୍ତଙ୍କୁ ନିଜ ହିସାବରେ ବଞ୍ଚିବାର ସ୍ବାଧୀନତା ଅଛି ବୋଲି କରିନା କହିଛନ୍ତି।
କାମ ବିଷୟରେ କଥା ହେଲେ ଖୁବ୍‌ଶୀଘ୍ର କରିନାଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଢା’ ରିଲିଜ ହେବ। ଏହାଛଡ଼ା ସେ ନିର୍ଦ୍ଦେଶକ ସୁଜୋୟ ଘୋଷଙ୍କ ଚଳଚ୍ଚିତ୍ର ‘ଦ ଡିଭୋସନ୍‌ ଅଫ୍‌ ସସ୍‌ପେକ୍ଟ ଏକ୍ସ’ରେ ମଧ୍ୟ କାମ କରୁଚନ୍ତି। ଫିଲ୍ମରେ ତାଙ୍କ ବ୍ୟତିତ ବିଜୟ ବର୍ମା ଏବଂ ଜୟଦୀପ ଅହଲାବତ ମଧ୍ୟ ନଜର ଆସିବେ।

Share