ଏହି ୩ ଜିନିଷ ଧରି ରାତିରେ ବେଡ୍‌କୁ ଯାଆନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଛନ୍ତି। ଅଭିନୟ ସାଙ୍ଗକୁ ନିଜ ଷ୍ଟାଇଲ୍‌ ପାଇଁ ମଧ୍ୟ ସେ ବେଶ୍‌ ଜଣାଶୁଣା। ସୋସିଆଲ ମିଡିଆରେ ସେ ସକ୍ରିୟ ରହୁଥିବାରେ ନିଜ ବ୍ୟକ୍ତିଗତ କଥା ମଧ୍ୟ ବେବୋ ପ୍ରଶଂସକଙ୍କ ସହ ଶେୟାର କରିବାକୁ ପଛାନ୍ତି ନାହିଁି। ନିକଟରେ ସେ ବେଡରୁମ୍‌ ସିକ୍ରେଟ୍‌ ବିଷୟରେ ଖୁଲାସା କରିଛନ୍ତି। ବେଡ୍‌କୁ ଯିବା ପୂର୍ବରୁ କରୀନା ୩ଟି ଜିନିଷ ନେଇ ଯାଆନ୍ତି। ପ୍ରଥମଟି ହେଉଛି ଓ୍ବାଇନ୍‌ ବୋତଲ, ଦ୍ୱିତୀୟଟି ପାଇଜାମା ଏବଂ ତୃତୀୟଟି ହେଉଛି ସୈଫଙ୍କୁ ସେ ବେଡ୍କୁ ଯାଆନ୍ତି। କରୀନାଙ୍କ ମୁହଁରୁ ଏଭଳି କଥା ଶୁଣି ଉପସ୍ଥିତ ଲୋକେ ହସି ହସି ଗଡିଥିଲେ। ଏଥିରେ କରୀନା ଅଟକି ଯାଇ ନ ଥିଲେ, ମୋର ଏହି କଥା ପାଇଁ ମୋତେ ଉପହାର ମିଳିବା ଉଚିତ୍‌ ବୋଲି କହିଥିଲେ। କରୀନା ୨୦୧୨ରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ମଧ୍ୟ ଉଭୟଙ୍କ ଆଫେୟାର୍‌ ଥିବା ଚର୍ଚ୍ଚା ହେଉଥିଲା। ବିବାହ ପରେ ଇଣ୍ଡଷ୍ଟ୍ରୀର ରୋମାଣ୍ଟିକ ଯୋଡି ଭାବେ ସେ ପରିଗଣିତ ହେଲେ। ନିକଟରେ କରୀନା ଦ୍ୱିତୀୟ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଜନ୍ମ ଦେବାର ଦୁଇ ମାସ ପରେ ସେ ପୁଣି ଶୁଟିଂ ସେଟ୍‌କୁ ଫେରିଛନ୍ତି।

Share