ଯାଆନ୍ତୁନି ଷ୍ଟାର କିଡଙ୍କ ଫିଲ୍ମ ଦେଖିବାକୁ : କରିନା

ମୁମ୍ବାଇ: ବଳିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ଆତ୍ମହତ୍ୟା ପରେ ବଲିଉଡ୍‌ରେ ନେପୋଟିଜନ ବା ପ୍ରିୟାପ୍ରୀତି ପୋଷଣକୁ ନେଇ ଖୁବ୍‌ ଆଲୋଚନା ହେଉଛି। ଏଥିରେ ଇଣ୍ଡଷ୍ଟ୍ରିର ବଡ ବଡ ପରିଚିତ ବ୍ୟକ୍ତିତ୍ୱ ମଧ୍ୟ ସମାଲୋଚନାର ଶିକାର ହେଉଥିବା ଦେଖାଯାଇଛି। ଏବେ ଏହି ନେପୋଟିଜମ ବା ପ୍ରିୟାପ୍ରୀତି ପୋଷଣକୁ ନେଇ ମୁହଁ ଖୋଲିଛନ୍ତି ବେବୋ ବା ବଲିଉଡ୍‌ ନାୟିକା କରିନା କପୁର ଖାଁ। କାରଣ ନେପୋଟିଜମର ଆଲୋଚନା ଭିତରେ ଫସି ଗଲେଣି କପୁର ବଂଶଧର। ଏବେ କରିନା କପୁର ଖାଁଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଟୁଇଟରରେ ଏହି ଭିଡିଓଟିି ଟପ୍‌ ୧୦ ଟ୍ରେଣ୍ଡରେ ଆସୁଛି। କରିନା କହିଛନ୍ତି ଦର୍ଶକେ ବଲିଉଡ୍‌ ଷ୍ଟାର କିଡସଙ୍କୁ ଷ୍ଟାର କରୁଛନ୍ତି। ତେଣୁ ନେପୋଟିଜମଙ୍କୁ ନେଇ ଏମାନଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପରେ ଆଗକୁ ଦର୍ଶକଙ୍କ ଉପରକୁ ମଧ୍ୟ ଏମିତି ଉଠିବ। କାରଣ ଷ୍ଟାର କିଡ୍ସଙ୍କୁ ଷ୍ଟାର କରୁଛନ୍ତି କେବଳ ଦର୍ଶକେ। ତେଣୁ ଦର୍ଶକେ ଷ୍ଟାର କିଡ୍ସଙ୍କ ଫିଲ୍ମ ନ ଦେଖିବାକୁ ଆସନ୍ତୁ ବୋଲି ସେ କହିଛନ୍ତି।

Share