ବମ୍ବେ: ପ୍ରଥମ ପରେ ଦ୍ୱିତୀୟ ସନ୍ତାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ୍। ନିକଟରେ ସେ ଗର୍ଭଧାରଣ ସମୟର ଅନୁଭୂତିକୁ ନେଇ ଏକ ପୁସ୍ତକ ପ୍ରକାଶ କରିଥିଲେ। ଏଥିରେ ସେ ଅନେକ କଥା ଖୁଲାସା କରିଛନ୍ତି।
କରିନା କହିଛନ୍ତି ସେ ନିଜର ଚେହେରା ଖରାପ ହୋଇଯିବା ଆଶଙ୍କା କରି ସରୋଗେସୀ ଜରିଆରେ ମା’ ହେବାକୁ ଚାହୁଁଥିଲେ। କାରଣ ଥରେ ଚେହେରା ଖରାପ ହେଲେ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ ବୋଲି ସେ ଭାବୁଥିଲେ। ହେଲେ ଶେଷରେ ସେ ନିଜେ ମା’ ହେବାକୁ ନିଶ୍ଚିତ କରିଥିଲେ।
କହିରଖୁଛୁ, କରିନାଙ୍କ ବଡ଼ପୁଅ ତୈମୁରର ନାମକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିଲା। ଏହାପରେ ଉଭୟ ସୈଫ-କରିନା ସତର୍କ ଥିଲେ। ହେଲେ କରିନା ତାଙ୍କ ପୁସ୍ତକରେ ସାନପୁଅଙ୍କ ନାମ ଜାହାଙ୍ଗୀର ବୋଲି ସ୍ପଷ୍ଟ କରିଛନ୍ତି। ଏହାପରେ ତାଙ୍କ ନାମକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ଲୋକମାନେ କରିନାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି।