କରିନା ଆରମ୍ଭ କଲେ ଦୀପାବଳି ପ୍ରସ୍ତୁତି, ଫଟୋ ଶେୟାର କରି କହିଲେ…

ବମ୍ବେ: ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍‌ ନିଜର ଅଭିନୟଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ରହିଥାନ୍ତି ଚର୍ଚ୍ଚାରେ। ସୋସିଆଲ ମିଡିଆ ସହ ଯୋଡ଼ି ହେବା ପରେ ସେ ଏହାର ଅନେକ ଝଲକ ସେ ଶେୟାର କରିଥାନ୍ତି। ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ବାତାବରଣ ଥିବା ବେଳେ ସେଥିରୁ ବାଦ୍‌ ପଡ଼ିନାହାନ୍ତି ବେବୋ। ସେ ଘରେ ପିଲାମାନଙ୍କ ସହ ଦୀପାବଳି ପାଳିଛନ୍ତି।ଏହାର କିଛି ଫଟୋ ବେଶ ଭାଇରାଲ ହେଉଛି।

ଘରେ ଦୀପାବଳିର କିଛି ଝଲକ ଶେୟାର କରି କରିନା କହିଛନ୍ତି, ‘ଯେତେବେଳେ ପରିବାରଲୋକେ ରଙ୍ଗୋଲି କରିବା ବିଷୟରେ ଚିନ୍ତା କରନ୍ତି ଏବଂ ହୋଲି…କହିପାରିବି ନାହିଁ। ହେଲେ ସେଥିରେ କ’ଣ ଅଛି। ଆମେ ବହୁତ ଉପଭୋଗ କରିଛୁ। ଉତ୍ସବର ପାଳନ ଆରମ୍ଭ କରନ୍ତୁ । ସମସ୍ତଙ୍କୁ ଖୁସି ମିଳୁ ।’

କରିନାଙ୍କ ଫଟୋରେ ପୁଅ ଜୈଦଙ୍କ ବଦ୍‌ମାସୀ ଦେଖିବାକୁ ମିଳିଛି। ସେ ରଙ୍ଗୋଲୀଗୁଡ଼ିକୁ ନଷ୍ଟ କରିଦେଇଛନ୍ତି। ତାଙ୍କୁ ଦେଖି ଲାଗୁଛି ସେ ଯେପରି ରଙ୍ଗରେ ହୋଲି ଖେଳିଛନ୍ତି।

Share