କେବେ ମା’ ହେବେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ହେଲେ ସେ କେବେ ମା’ ହେବେ ସେ ଖବର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିଛିଦିନ ତଳେ ଶୁଣିବାକୁ ମିଳିଥିଲା କି ମାର୍ଚ୍ଚ ମାସ ସୁଦ୍ଧା କରିନାଙ୍କ ପୁଅ ତୈମୁର ଅଲି ଖାଁ ବଡ ଭାଇ ହୋଇଯିବେ । ହେଲେ ଏବେ ଖବର ଆସିଛି କି କରିନା ଫେବୃୟାରୀ ଶେଷ ସୁଦ୍ଧା ତାଙ୍କ ଦ୍ୱିତୀୟ ସନ୍ତାନକୁ ଜନ୍ମଦେବେ । ଆଉ ଏହି ସୂଚନା କରିନାଙ୍କ ସ୍ୱାମୀ ଶୈଫ ଅଲି ଖାଁ ନିଜେ ଦେଇଛନ୍ତି । ଫଲ୍ମଫେୟାରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଶୈଫ କହିଛନ୍ତି, ଫେବୃୟାରୀ ଶେଷ ସୁଦ୍ଧା କରିନା ମା’ ହେବାକୁ ଯାଉଛନ୍ତି । ଆଉ ଏହାକୁ ନେଇ ଆମେ ଖୁବ୍ ଉତ୍ସାହିତ ଅଛୁ । ଏହାସହ ଦ୍ୱିତୀୟ ସନ୍ତାନ ପାଳନ କରିବା ବଡ ଦାୟିତ୍ୱବାନ୍ କାମ ବୋଲି ବି ଶୈଫ୍ କହିଛନ୍ତି । ସୂଚନାଯୋଗ୍ୟ, କିଛିଦିନ ହେବ କରିନା କପୁର ଖାଁ ତାଙ୍କ ଗର୍ଭାବସ୍ଥାକୁ ନେଇ ରହୁଛନ୍ତି ଖୁବ୍ ଚର୍ଚ୍ଚାରେ ।

Share