Advertisement

ବାର୍ଥ ଡେ’ରେ ହେବ କରିନାଙ୍କ ଓଟିଟି ଡେବ୍ୟୁ

ମୁମ୍ବାଇ: ବଲିଉଡ ନାୟିକା କରିନା କପୁର ବଡ ପରଦାରେ ଗୋଟିଏ ପରେ ଗୋଟିଏ ହିଟ ମୁଭି ଦେଇ ଦର୍ଶକଙ୍କ ମନ ଜିତିଛନ୍ତି। ଏବେ ଅଭିନେତ୍ରୀ ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ମୁଭିଟି ନେଟଫ୍ଲିକ୍ସରେ ରିଲିଜ ହେବ। କ୍ରାଇମ ଥ୍ରୀଲରରେ କରୀନାଙ୍କୁ ଦେଖିବାକୁ ପ୍ରଶଂସକମାନେ ଆଗ୍ରହୀ ଅଛନ୍ତି। ସେଥିପାଇଁ ଉତ୍ସାହର ସହିତ ଏହାର ନାମ ଏବଂ ରିଲିଜ ତାରିଖକୁ ଅପେକ୍ଷା କରିଛନ୍ତି। ଏଥି ସହିତ, ଏହି ମୁଭିର ରିଲିଜ ଡେଟ ଏବଂ ନାମ ନେଟଫ୍ଲିକ୍ସର ଅଫିସିଆଲ ଆକାଉଣ୍ଟରେ ସେୟାର କରାଯାଇଛି।
ଏହର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ କରିନା ମାଇକ ଧରି ମଦହୋସ ଆଓ୍ବାଜରେ ଗାନେ ଜା ଗୀତ ଗାଉଛନ୍ତି ଓ ଅନ୍ୟ ପଟେ ବିଜୟ ବର୍ମା କାରରୁ ଓହ୍ଲାଇଥିବାର ନଜର ଆସିବେ। ଦିଆଯାଇଥିବା କ୍ୟାପସନ ଅନୁଯାୟୀ ଏହି ମୁଭିର ନାମ ହେଉଛି ‘ଜାନେ ଜାନ’ ଏବଂ ଏହା ସେପ୍ଟେମ୍ବର ୨୧ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଇଣ୍ଟରଷ୍ଟିଂ କଥା ହେଉଛି କରିନାଙ୍କ ଜନ୍ମଦିନରେ ଏହି ୱେବସିରିଜ ରିଲିଜ ହେବ। ସେପ୍ଟେମ୍ବର ୨୧ ହେଉଛି କରିନା କପୁରଙ୍କ ଜନ୍ମଦିନ।
ଏହାର ଭିଡିଓ (କରୀନା କପୁର ଓଟିଟି ଡେବ୍ୟୁ) ଖୁବ ସସପେନ୍ସ ଏବଂ ରୋମାଞ୍ଚକର। ଭିଡିଓ ଦେଖି ପ୍ରଶଂସକମାନେ ସୋସିଆଲ ମିଡିଆରେ ଅନେକ କମେଣ୍ଟ କରିବା ଆରମ୍ଭ କରିଛନ୍ତି। ଜଣେ ୟୁଜର ହାଟ ଇମୋଜି ଦେଇଛନ୍ତି । ଅନ୍ୟଜଣେ ୟୁଜର ଖଉବ ପ୍ରଶଂସା କରିଛନ୍ତି। ପ୍ରଶଂସକମାନେ ଏହି ଭିଡିଓକୁ ଖୁବ୍‌ ଲାଇକ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel