ଧର୍ମଶାଳା ରାସ୍ତାରେ ବୁଲୁଥିବା ନଜର ଆସିଲେ କରୀନା କପୁର

ମୁମ୍ବାଇ: କରୀନା କପୁର ଏବଂ ମଲାଇକା ଆରୋରାଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଏବେ ତୀବ୍ର ଗତିରେ ଭାଇରାଲ ହେଉଛି। ଏହି ଭିଡିଓରେ କରୀନା ଏବଂ ମଲାଇକା ଧର୍ମଶାଳା ରାସ୍ତା ଉପରେ ବୁଲୁଥିବା ନଜର ଆସିଛନ୍ତି।

ଚଳିତବର୍ଷ କରୀନାଙ୍କ ପାଇଁ ବହୁ ଖୁସିର ବର୍ଷ। କାରଣ ସେ ଦ୍ୱିତୀୟ ସନ୍ତାନର ଜନନୀ ହେବାକୁ ଯାଉଛନ୍ତି। ଦୀପାବଳି ମନାଇବା ପାଇଁ ସେ ମୁମ୍ବାଇର ଧର୍ମଶାଳାରେ ପହଞ୍ଚିଥିଲେ। ତାଙ୍କ ସହ ସ୍ବାମୀ ସୈଫ୍‌ ଅଲ୍ଲୀ ଖାଁ , ପୁଅ ତୈମୁର, ମଲାଇକା ଆରୋରା ଏବଂ ଅର୍ଜୁନ କପୁର ମଧ୍ୟ ଧର୍ମଶାଳା ରାସ୍ତାରେ ବୁଲୁଥିବା ଫଟୋରେ ନଜର ଆସିଛନ୍ତି। କରୀନା ଏକ ଧଳା ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିବା ବେଳେ ଗ୍ରୀନ୍‌ କଲରର ଏକ ଜମ୍ପ୍‌ଶୁଟ୍‌ ପିନ୍ଧିଛନ୍ତି ମଲାଇକା। ଭିଡିଓ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ଏହାବ୍ୟତୀତ କରୀନାଙ୍କ ଓ୍ବାର୍କଫ୍ରଣ୍ଟ୍‌ କଥା ଯଦି କହିବା ତେବେ ଆଗାମୀ ଦିନରେ ସେ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ରେ ନଜର ଆସିବେ। ଫିଲ୍ମ ଶୁଟିଂ ସରିଯାଇଛି କେବଳ ରିଲିଜକୁ ଅପେକ୍ଷା। ଏହା ଆଗାମୀ ବଡ଼ଦିନ ଉପଲକ୍ଷେ ମୁକ୍ତିଲାଭ କରିବ ବୋଲି ଶୁଣିବାକୁ ମିଳୁଛି।

Share