୫ ବର୍ଷ ଲିଭ୍-ଇନ୍-ରିଲେସନସିପରେ ରହିବା ପରେ କ’ଣ ପାଇଁ ସୈଫଙ୍କୁ ବିବାହ କଲେ କରୀନା, କହିଲେ କାରଣ

ମୁମ୍ବାଇ: ବଲିଉଡ ବେବୋ କରୀନା କପୁର ଏବଂ ନୱାବ ସୈଫ ଅଲି ଖାନ ୨୦୧୨ରେ ବିବାହ କରିଥିଲେ। ଏହା ପୂର୍ବରୁ ଦୁହେଁ ପ୍ରାୟ ୫ ବର୍ଷ ଲିଭ୍-ଇନ୍-ରିଲେସନସିପରେ ରହୁଥିଲେ। ଏବେ ଏକ ସାକ୍ଷାତକାରରେ କରୀନା ଖୁଲାସା କରିଛନ୍ତି ସେ କେଉଁଥିପାଇଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଡାର୍ଟି ମାଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ କରୀନା କପୁର ପ୍ରକାଶ କରିଛନ୍ତି ଯେ ସେ ଏବଂ ସୈଫ ବିବାହ କରିବାର ଏକମାତ୍ର କାରଣ ସେମାନେ ପିଲା ଚାହୁଁଥିଲେ। “ବର୍ତ୍ତମାନ ସମୟରେ ବିବାହ କରିବାର କାରଣ ହେଉଛି ଲୋକେ ଏକ ସନ୍ତାନ ପାଇବାକୁ ଚାହୁଁଛନ୍ତି, ନଚେତ୍ ଲୋକେ କେବଳ ଏକାଠି ବଞ୍ଚିପାରିବ। ସୈଫ ଏବଂ ମୁଁ ପାଞ୍ଚ ବର୍ଷ ଏକାଠି ରହିଥିଲୁ, ତେଣୁ ଏହି ଆମେ ପରବର୍ତ୍ତୀ ପଦକ୍ଷେପ ନେଇଥିଲୁ, କାରଣ ଆମେ ସନ୍ତାନ ଜନ୍ମ କରିବାକୁ ଚାହୁଁଥିଲୁ। ”

ଏହା ସହିତ କରୀନା କହିଛନ୍ତି ଯେ, ସେ ବର୍ତ୍ତମାନ କେବଳ ତାଙ୍କର ପରିବାର, ପିଲା, ସ୍ୱାମୀ ଏବଂ ସାଙ୍ଗ ମାନଙ୍କ ସହିତ ରହିବାକୁ ଚାହୁଁଛନ୍ତି, ଏହା ମୋର ଦୁନିଆ। ମୋର ପ୍ରଥମ ସିନେମାରେ ସ୍ପଟ ବଏ ଆଜି ମଧ୍ୟ ମୋ ସହିତ ଅଛନ୍ତି। ଯେଉଁମାନେ ମୋ ଦୁନିଆକୁ ଆସନ୍ତି, ମୁଁ ସେମାନଙ୍କୁ ଯିବାକୁ ଦେଇ ନାହିଁ ଏବଂ ସେମାନେ ମଧ୍ୟ ମୋତେ ଛାଡନ୍ତି ନାହିଁ। ସେଥିପାଇଁ ମୁଁ ପ୍ରତ୍ୟେକ ପାର୍ଟୀରେ ଯୋଗ ଦିଏ ନାହିଁ। ମୁଁ ତାହା କରିବା ଆବଶ୍ୟକତା ଅନୁଭବ କରୁନାହିଁ। ପାର୍ଟିରେ ରହିବା, ବନ୍ଧୁତା କରିବା, ସୋସିଆଲାଇଜ ହେବା ମୁଁ ଚାହେଁ ନାହିଁ। ”

Share