ପୂର୍ବତନ ବୟଫ୍ରେଣ୍ଡ୍‌ ସହ ଫଟୋ ଶେୟାର କଲେ କରୀନା କପୁର

ଅଭିନେତା ଶାହିଦ କପୁର ଏବଂ କରୀନା କପୁରଙ୍କ ପ୍ରେମ କାହାଣୀ ଏକଦା ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଦୁଇ କଳାକାର ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଜବ୍‌ ଉଇ ମେଟ୍‌ରେ ଉଭୟଙ୍କ ଅଭିନୟକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ନିକଟରେ ଏହି ଫିଲ୍ମ ୧୩ ବର୍ଷ ପୂରଣ କରିଛି। ଫିଲ୍ମର ୧୩ ବର୍ଷ ପୂରଣ ଅବସରରେ ଅଭିନେତ୍ରୀ କରୀନା କପୁର ଫିଲ୍ମ ଶୁଟିଂ ବେଳର ଏକ ଫଟୋ ଶେୟାର କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଫଟୋରେ ଶାହିଦ୍‌ କପୁର, ଫିଲ୍ମର ନିର୍ଦ୍ଦେଶକ ଇମ୍‌ତିଆଜ୍‌ ଅଲ୍ଲୀ ନଜର ଆସୁଛନ୍ତି। ଫଟୋ ଶେୟାର କରି କରୀନା କହିଛନ୍ତି, ମୁଁ ଭାବୁଛି, ଜଣେ ବ୍ୟକ୍ତି ଜୀବନରେ ଯାହା ଚାହେଁ, ବାସ୍ତବରେ ସେ ତାହା ପାଆନ୍ତି। ସୋସିଆଲ ମିଡିଆରେ କରୀନା କପୁରଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋ ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକ ଏହି ପୋଷ୍ଟକୁ ବହୁତ ପସନ୍ଦ କରନ୍ତି। ଜବ ୱେ ମେଟ ଫିଲ୍ମ ଅକ୍ଟୋବର ୨୬, ୨୦୦୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଇମତିଆଜ ଅଲ୍ଲୀ। ଶାହିଦ୍‌ କପୁର ଏବଂ କରୀନା କପୁରଙ୍କ ବ୍ୟତୀତ ଅନ୍ୟ ଅନେକ କଳାକାର ଜବ ୱେ ମେଟ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ।

Share