ଅପେକ୍ଷାର ଅନ୍ତ: ପ୍ରଶଂସକଙ୍କୁ କରିନାଙ୍କ ଏପରି ଉପହାର

ଅଭିନେତ୍ରୀ କରିନା କପୁର ଖାନ ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ଫେବୃଆରୀରେ ଦ୍ୱିତୀୟ ଥର ପାଇଁ ମାତାପିତା ହୋଇଥିଲେ। କରିନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଏବଂ ସେହି ଦିନଠାରୁ ତାଙ୍କ ପ୍ରଶଂସକମାନେ ତାଙ୍କ ସାନ ପୁଅଙ୍କୁ ଦେଖିବାକୁ ଆଗ୍ରହୀ ଥିଲେ। ଅନେକ ଥର ପୁଅର ଫଟୋ ଶେୟାର କରିଥିଲେ ମଧ୍ୟ ବେବୋ ମୁହଁ ଦେଖାଇ ନ ଥିଲେ, ମୁହଁ ଉପରେ କୌଣସି ଇମୋଜି ରଖୁଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶଂସକଙ୍କ ଏହି ଅପେକ୍ଷାର ଅନ୍ତ ଘଟିଛି। କରିନା ତାଙ୍କ ସାନ ପୁଅର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି ।

ମାତୃ ଦିବସ ଅବସରରେ କରିନା ପ୍ରଶଂସକଙ୍କ ପାଇଁ ପୁଅର ପ୍ରଥମ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ବଡ ଭାଇ ତୈମୁର ସାନଭାଇଙ୍କୁ କୋଳରେ ଧରିଥିବା ନଜର ଆସିଛନ୍ତି। ଫଟୋରେ ତୈମୁର କ୍ୟାମେରାକୁ ଚାହିଁ ହସୁଥିବା ନଜର ଆସଥିବା ବେଳେ ସାନପୁଅ ମୁହଁରେ ହାତ ରଖିଛନ୍ତି। ଏହି ଫଟୋରେ କରିନାଙ୍କ ପୁଅର ସମ୍ପୂର୍ଣ୍ଣ ଚେହେରା ସ୍ପଷ୍ଟ ଦେଖାଯାଉନାହିଁ ।

ଫଟୋ ଶେୟାର କରି କରିନା କ୍ୟାପଶନରେ ଲେଖିଛନ୍ତି, ‘ଆଜି ସମଗ୍ର ବିଶ୍ୱ ଆଶା କୁ ନେଇ ବଞ୍ଚିଛି ଏବଂ ଏହି ଦୁଇଜଣ ମୋତେ ଭରସା ଦିଅନ୍ତି। ଆସନ୍ତାକାଲି ଭଲ ପାଇଁ ଆଶା କରୁଛି, ଆପଣ ସମସ୍ତଙ୍କୁ ମାତୃ ଦିବସର ଶୁଭେଚ୍ଛା।

 

Share