ଓଟିଟି ଡେବ୍ୟୁ ପାଇଁ ପ୍ରସ୍ତୁତ କରିନା, ଶେୟାର କଲେ ବିହାଇଣ୍ଡ ଦ ସିନ୍ସ ଫଟୋ

ମୁମ୍ବାଇ: ବଲିଉଡ ନାୟିକା କରିନା କପୁର ଖାଁ କିଛିଦିନ ହେବ ତାଙ୍କ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ ସେ ତାଙ୍‌କ ଆଗାମୀ ଫିଲ୍ମକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । କରିନା ନିକଟରେ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି । ସୁଜୟ ଘେଶଷଙ୍କ ଫିଲ୍ମ ମାଧ୍ୟମରେ କରିନା ଓଟିଟି ଡେବ୍ୟୁ କରିବେ । ଫଇଲ୍ମର ଟାଇଟଲ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିଲେ ବି ନିକଟରେ ଫିଲ୍ମର ଶୁଟିଂ ସରିଛି ବୋଲି ଶୁଣିବାକୁ ମିଳିଛି । କରିନା ବି ତାଙ୍କ ଓଟିଟି ଡେବ୍ୟୁକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଫିଲ୍ମର ଶୁଟିଂ ଶେଷ ହୋଇଥିବା ଘୋଷଣା ହେବା ପରେ କରିନା ସେଟରୁ କିଛି ଫଟୋ ବା ବିହାଇଣ୍ଡ ଦ ସିନ୍ସ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଫିଲ୍ମର କାଷ୍ଟ ଓ କ୍ରିୟୁ ମେମ୍ବର ଥିବା ବେଳେ କରିନାଙ୍କ ପତି ଶୈଫ ଅଲି ଖାଁ ଓ ତୈମୁର ବି ନଜର ଆସିଛନ୍ତି ।
ଫଟୋ ଗୁଡିକ ଶେୟର କରି କିନା ଟିମ ମେମ୍ବରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଫିଲ୍ମଟି ବେଷ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଇନଷ୍ଟାଗ୍ରାମରେ କରିନା ଶେୟାର କରିଥିବା ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ଉତ୍ସୁକତାର ସହ କରିନାଙ୍କ ଓଟିଟି ଡେବ୍ୟୁକୁ ଅପେକ୍ଷା ରଖିଛନ୍ତି ।

Share