କରିନାଙ୍କ ପାଇଁ ବ୍ରେକଫାଷ୍ଟ ପରସିଲେ ଜେହ

ମୁମ୍ବାଇ: ଅଭିନେତ୍ରୀ କରିନା କପୁର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ତାଙ୍କର ଆକ୍ଟିଭିଟିଜ ସହ ଫ୍ୟାମିଲି ପିକ୍ଚର୍ସ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି। ନିକଟରେ କରିନା ତାଙ୍କ ପୁଅ ଜାହାଙ୍ଗିର ଅଲି ଖାଁଙ୍କ ସନଡେ’ ବ୍ରେକଫାଷ୍ଟ ସର୍ଭ କରୁଥିବାର ଏକ କ୍ରପ କରାଯାଇଥିବା ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଜାହାଙ୍ଗିର ଖୁୁବ କ୍ୟୁଟ ଲାଗୁଛନ୍ତି। ଏଥିରେ କରିନା ଖୁବ୍‌ ପ୍ୟାରା କମେଣ୍ଟ କରିଛନ୍ତି। ଫଟୋରେ ଦେଖାଯାଇଛି ଜେହ ତଳେ ବସିପଡି ବ୍ରେକଫାଷ୍ଟ ସର୍ଭ କରୁଥିବା ବେଳେ ତାଙ୍କ ନିକଟରେ ଏକ ପୋହା ପ୍ଲେଟ ସହ ୧ କପ କଫି ଓ ଗ୍ରୀନ ସସ ସହ ଦୁଇ ଖଣ୍ଡ ଲେମ୍ବୁ ରଖାଯାଇଛି।

ବ୍ରେକଫାଷ୍ଟ ସର୍ଭ କରିବା ସମୟରେ ଖୁବ୍‌ କ୍ୟୁଟ ଲାଗୁଛନ୍ତି ଜେହ। କରିନା ଏହି ଫଟୋ ଶେୟାର କରିବା ସହ ଲେଖିଛନ୍ତି, ରବିବାରର ବ୍ରେକଫାଷ୍ଟ ମୋ ପାଇଁ ମୋ ଜେହ ବାବା ପରସି ଦେଉଛନ୍ତି। ଏହାସହ କରିନା ଏକ ରେଡ ହାର୍ଟ ଇମୋଜି ବି ଶେୟାର କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ କରିନା ପରିବାର ସହ କେନିଆ ଛୁଟି କାଟିବାକୁ ଯାଇଥିଲେ। ସାଙ୍ଗରେ ଥିଲେ ସ୍ବାମୀ ଶୈଫ ଅଲି ଖାଁ, ପୁଅ ତୈମୁର ଓ ଜେହ। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କରିନାଙ୍କ ନୂଆ ପ୍ରୋଜେକ୍ଟ କଥା ଯଦି ଆଲୋଚନା କରାଯାଏ ତେବେ ସେ ରିୟା କପୁରଙ୍କ ଆଗାମୀ ମୁଭି ଦ କ୍ରୁରେ ନଜର ଆସିବେ। ଏଥିରେ କରିନାଙ୍କ ସହ ଦିଲଜିତ ଦୋସାଞ୍ଝ, ତବ୍ବୁ ଓ କ୍ରିତି ସାନନ ନଜର ଆସିବେ।

Share