ଆଉ ଦାମୀ ପୋଷାକ ପିନ୍ଧୁ ନାହାନ୍ତି କରିନା!

ମୁମ୍ବାଇ: ବଲିଉଡ୍ କୁଇନ୍ କରିନା କପୁର ଖାଁ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଦାମୀ ପୋଷାକ ସାଙ୍ଗକୁ ଦାମୀ ଆଉଟଫିଟ୍‌ରେ ସୁନ୍ଦର ଦିଶନ୍ତି ଏହି ନାୟିକା । ଏବେ କିନ୍ତୁ କରିନା ତାଙ୍କ ଦ୍ୱିତୀୟ ସନ୍ତାନ ଆସିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଦ୍ୱିତୀୟଥର ମା’ ହେବାକୁ ଯାଉଥିବା କରିନା ଏବେ କୁଆଡେ ଆଉ ଦାମୀ ପୋଷାକ ଉପରେ ନଜର ଦେଉ ନାହାଁନ୍ତି ବୋଲି ଶୁଣିବାକୁ ମିଳିଛି । ଏବେ ଯେଉଁ ପୋଷାକରେ ସେ କମ୍ଫଯେବଲ ଫିଲ୍ କରିବେ ସେ ଭଳି ପୋଷାକ ପିନ୍ଧୁଛନ୍ତି ବୋଲି କୁହାଯାଉଛି । ନିକଟରେ ବେବୋଙ୍କୁ ତାଙ୍କ ଭଉଣୀ କରିସ୍ମା କପୁରଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା । ସେହି ସମୟରେ ସେ ଏକ ବ୍ଲୁ କଲର କୋଆର୍ଡ ସେଟ୍ ପିନ୍ଧିଥିବା ଦେଖାଯାଇଥିଲା । ଯେଉଁଥିରେ ଧଳା ରଙ୍ଗର ପ୍ରିଣ୍ଟ ଥିଲା । ଏହି ସୁପର କମ୍ଫଟେବଲ ଡ୍ରେସରେ ବି କରିନା ଖୁବ୍ ଷ୍ଟାଇଲିସ ଲାଗୁଥିଲେ । ବିନା ମେକ୍‌ଅପ୍‌ରେ ମୁହଁରେ ମାସ୍କ ପିନ୍ଧି କରିନା ପୋଜ୍ ଦେଇଥିଲେ । ଏହି ସୁପର କମ୍ପି ଆଉଟଫିଟ୍ ପ୍ରସିଦ୍ଧ ବ୍ରାଣ୍ଡ ଜାରାର ବୋଲି ଜଣାପଡିଛି । ଯାହା କରିନାଙ୍କୁ ବେଶ୍ ପସନ୍ଦ । ଏହି ସାଧାରଣ ପୋଷାକର ଦାମବି ଖୁବ୍ କମ୍ ବୋଲି କୁହାଯାଉଛି । ଯାହାକୁ ଜଣେ ସାଧାରଣ ଯୁବତୀ କିଣିପାରିବେ । ଏକ ୱେବସାଇଟର ସୂଚନା ଅନୁଯାୟୀ କରିନା ପିନ୍ଧିଥିବା ଡ୍ରେସର ଦାମ୍ ମାତ୍ର ୩ ହଜାର ଟଙ୍କା ଯାହା ତାଙ୍କ ପାଇଁ କିଛି ନୁହେଁ । ଏବେ ଏହାକୁ ଦେଖି ସୋସିଆଲ ମିଡିଆରେ ଆଲୋଚନା ହେଉଛି କି ଦ୍ୱିତୀୟ ଥର ମା’ ହେବାକୁ ଯାଉଥିବା କରିନା ଏବେ ଆଉ ଦାମୀ ପୋଷାକ ନ ପିନ୍ଧି ବରଂ ଯେଉଁଥିରେ ସେ କମ୍ଫଟେବଲ ଫିଲ୍ କରିବେ ସେଭଳି ପୋଷାକ ପିନ୍ଧୁଛନ୍ତି ।

Share