ଓଟିଟିରେ ଡେବ୍ୟୁ କରିବେ ବେବୋ

ବମ୍ବେ: ଖୁବ୍‌ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌। ସୁଜୟ ଘୋଷଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସିବେ। ଫିଲ୍ମଟି ଜାପାନୀ ଲେଖକ କିଗୋ ହିଗାଶିନୋଙ୍କ ଉପନ୍ୟାସ ଉପରେ ପର୍ଯ୍ୟବେସିତ ‘ଦ ଡିଭୋସନ୍‌ ଅଫ୍‌ ସସ୍ପେକ୍ଟ ଏକ୍ସ’ ଉପରେ ଆଧାରିତ ଏକ ମର୍ଡର ମିଷ୍ଟ୍ରି । ଫିଲ୍ମଟି ନେଟ୍‌ଫ୍ଲିକ୍ସରେ ରିଲିଜ ହେବ। ଇନଷ୍ଟାଗ୍ରାମରେ ଫିଲ୍ମ ସମ୍ବନ୍ଧୀୟ ଏକ ଭିଡିଓ ପୋଷ୍ଟ କରି କରିନା ଲେଖିଛନ୍ତି, ଚଳଚ୍ଚିତ୍ରଟି ଜଣେ ବିଶ୍ୱସ୍ତରୀୟ ବିକ୍ରେତାଙ୍କ କାହାଣୀର ସ୍କ୍ରିନ ଆଡପସନ। ଏହା ମର୍ଡର ମିଷ୍ଟ୍ରି, ଥ୍ରୀଲର, ସସ୍‌ପେନ୍ସରେ ଭରପୁର। ଏପରି ପ୍ରୋଜେକ୍ଟରେ କାମ ଆରମ୍ଭ କରିବାକୁ ନେଇ ଖୁବ ଏକ୍ସାଇଟେଡ ଅଛି। ଏଥିରେ ଖୁବ ଭଲ କାହାଣୀ, ଦୂରଦର୍ଶୀ ନିର୍ଦ୍ଦେଶକ ଓ ସୁପର ପ୍ରତିଭାଶାଳୀ କଳାକାର ସାମିଲ ଅଛନ୍ତି ବୋଲି କହିଛନ୍ତି କରିନା। ତେବେ ଏହି ଫିଲ୍ମରେ ବେବୋଙ୍କ ସହ ସ୍କ୍ରିନ ଶେୟାର କରିବେ ଜୟଦୀପ ଏବଂ ବିଜୟ ବର୍ମା। ଏ ପର୍ଯ୍ୟନ୍ତ ଏହାର ଟାଇଟଲ ଫାଇନାଲ ହୋଇନାହିଁ।

Share