ମୋ’ ଯୋଗୁ ଭାରତୀୟ ରେଳ ବିଭାଗର ଆୟ ବଢ଼ିଗଲା: କରିନା

ବମ୍ବେ: ପୁଣି ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାଁ। ହେଲେ ଏଥର ଫିଲ୍ମ ବାବଦରେ ନୁହେଁ ବରଂ ଭାରତୀୟ ରେଳ ବିଭାଗ ବିଷୟରେ ଟିପ୍ପଣୀ ଦେଇ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଲାଲ ସିଂହ ଚଡ୍ଢା’ର ପ୍ରମୋଶନରେ ଏବେ ସେ ବ୍ୟସ୍ତ। ଏସବୁ ମଧ୍ୟରେ ସେ କମେଡି ଶୋ’ ‘କେସ ତୋ ବନତା ହୈ’ରେ ପହଞ୍ଚିଥିଲେ। ସେଠାରେ ସେ ନିଜର ଅନେକ ଫିଲ୍ମ ବିଷୟରେ କଥା ହୋଇଥିଲେ।

‘ଜବ ଉଇ ମେଟ୍‌’କଥା ଯେତେବେଳେ ପଡ଼ିଥିଲା ସେ ନିଜର ‘ଗୀତ’ ଚରିତ୍ରକୁ ମନେପକାଇ ଥିଲେ। ଏପରିକି ମଜାଳିଆ ଭାବେ ‘ମୋ ଚରିତ୍ର ଯୋଗୁ ଭାରତୀୟ ରେଳ ବିଭାଗର ଆୟ ବଢ଼ିଗଲା’ ସେ ବୋଲି କହିଥିଲେ। ଏବେ ଏହି ପଦିଏ କଥାକୁ ନେଇ ତୁମ୍ବିତୋଫାନ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରୁଛନ୍ତି।

କେହି କେହି ବେବୋଙ୍କ ଏହି ଫିଲ୍ମ କ’ଣ ପ୍ରଥମ ଫିଲ୍ମ ଯାହାର ଶୁଟିଂ ଟ୍ରେନ୍‌ରେ ହୋଇଥିଲା। ହଁ ଲୋକମାନଙ୍କୁ ସେତେବେଳେ ବୋଧେ ଯାତାୟାତ ଲାଗି ଏଭଳି ମାଧ୍ୟମ ଥିବା ଜଣା ନ ଥିବ କହୁଥିବା ଦେଖାଯାଉଛି। ଏପରିକି କିଛି ଲୋକ କରିନାଙ୍କୁ ମଜାଳିଆ ମେମେର ପ୍ରତିକ୍ରିୟା ଦେଉଛନ୍ତି। ମୋଟାମୋଟି ଦେଖିବାକୁ ଗଲେ କରିନାଙ୍କୁ ଏଭଳି ବୟାନ ପସନ୍ଦ ଆସିନାହିଁ।

Share