ବାନ୍ଧବୀ ଅମୃତାଙ୍କ ଫଟୋ ଶେୟାର କରି କରୀନା ଲେଖିଲେ ଏମିତି

ମୁମ୍ବାଇ: କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶନିବାର ଏକ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ପ୍ରଶଂସକ ମହଲରେ ଖୁବ୍‌ ଚର୍ଚ୍ଚା। ଏହି ଫଟୋରେ କରୀନା ତାଙ୍କ ବାନ୍ଧବୀ ଅମୃତା ଆରୋରା ଏବଂ ମେକଅପ କଳାକାର ମଲ୍ଲିକା ଭଟ୍ଟଙ୍କ ସହ ବସି ହସୁଥିବାର ଏକ ଫଟୋ ଶେୟାର କରିଛନ୍ତି। କରୀନା ଫଟୋରେ ହସୁଥିବା ବେଳେ ମୁହଁକୁ ହାତରେ ଢାଙ୍କିଛନ୍ତି। ଅମୃତା କରୀନାଙ୍କ କାନ୍ଧରେ ହାତ ରଖି ଏକ ମଜାଳିଆ କଥା କହୁଥିବା ନଜର ଆସିଛନ୍ତି।

ଫଟୋଟି କରୀନାଙ୍କ ଜନ୍ମଦିନର। ଏଥିରେ ବାନ୍ଧବୀଙ୍କ ସହ ବସିଛନ୍ତି କରୀନା। ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ହସ ହେଉଛି ସର୍ବୋତ୍ତମ ଔଷଧ। ଯେପରି ଆମେ ସମସ୍ତେ ଜାଣୁ। ତୁମର ସର୍ବୋତ୍ତମ ବନ୍ଧୁଙ୍କ ସହ ମନାଖୋଲା ହସ ସହିତ ହସିବା ଠାରୁ ଭଲ ଆଉ କିଛି ନାହିଁ। କରୀନାଙ୍କ ଏହି ଫଟୋ ଉପରେ ଅନେକ ସେଲିବ୍ରିଟି ନିଜର ପ୍ରତିକ୍ରିୟା ଦେଇଛନ୍ତି।

କରୀନାଙ୍କ ଜନ୍ମଦିନରେ ଅମୃତା ଆରୋରା ପହଞ୍ଚିଥିଲେ। ସେଫଟୋ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି , ‘ମୁଁ ତୁମକୁ ଭଲ ପାଏ।’ କରୀନାଙ୍କ ସାଙ୍ଗମାନଙ୍କ ବ୍ୟତୀତ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଏହି ଫଟୋ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେହି କେହି ତାଙ୍କ ପୋଷ୍ଟରେ ‘ସୁନ୍ଦର’ ମନ୍ତବ୍ୟ ଦେଇଥିବାବେଳେ ଅନେକ ହସୁଥିବା ଇମୋଜି ଦେଇଛନ୍ତି।

Share