ରାହୁଲଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କରୀନା କପୁର, ହେଲେ କଂଗ୍ରେସ ଏମପିଙ୍କୁ ନେଇ ଏ କ’ଣ କହିଦେଲେ ସୈଫ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୭।୯: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା କି, ତାଙ୍କର ପ୍ରିୟ ରାଜନେତା କିଏ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନା ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏମାନଙ୍କ ମଧ୍ୟରୁ ଆପଣ କାହାକୁ ସାହାସୀ ରାଜନେତା ମାନନ୍ତି ଯିଏକି ଭାରତର ଭବିଷ୍ୟତକୁ ଗଢିପାରିବେ। ଏହାର ଉତ୍ତର ରଖି ସୈଫ କହିଛନ୍ତି, ଏମାନେ ସମସ୍ତେ ଶକ୍ତିଶାଳୀ ଓ ସାହାସୀ ରାଜନେତା ଅଟନ୍ତି। କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସବୁଠାରୁ ସାହାସୀ ରାଜନେତା ଅଟନ୍ତି। ଯିଏକି ସବୁ ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ସମ୍ଭାଳିବା ଜାଣିଛନ୍ତି।

ସେ ଆହୁରି କହିଛନ୍ତି, ପୂର୍ବରୁ ତାଙ୍କୁ ବହୁତ ଲୋକ ଅପମାନ କରିଛନ୍ତି। ତାଙ୍କ କଥାକୁ ହତାଦର କରିଛନ୍ତି। କିନ୍ତୁ ଏସବୁ ପରେ ଏତେ ଅପମାନ ବଦଳରେ ସେ ପରିବର୍ତ୍ତନ ହୋଇଛନ୍ତି। ଏବେ ସେ ଯାହା ବି ଅଛନ୍ତି ବହୁତ ପ୍ରଭାବଶାଳୀ ଅଟନ୍ତି। ସେ କଡ଼ା ପରିଶ୍ରମ କରି ଲୋକଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ସୈଫ, ରାହୁଲଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ କିଛିଦିନ ପୂର୍ବରୁ ଅଭିନେତ୍ରୀ କରିନା କପୁରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କହିଥିଲେ। କହିରଖୁଛୁ କି, ସେହି ଭିଡିଓଟି ସେ ଅବିବାହିତ ଥିବାବେଳେ ଏକ ସାକ୍ଷାତକାରରେ କହିଥିଲେ।

Share