ଚର୍ଚ୍ଚାରେ ବେବୋଙ୍କ ମାସ୍କ, ଫଟୋ ଶେୟାର କରି ଲେଖିଲେ…

ବଲିଉଡ୍‌ କଳାକାରମାନେ କ୍ରମାଗତ ଭାବେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପରେ ଭିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାରି ମଧ୍ୟରେ କରୀନା କପୁରଙ୍କ ମାସ୍କ ଏବେ ଚର୍ଚ୍ଚାରେ ରହିଛି। ବେବୋ ନିଜର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରି ପ୍ରଶଂସକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ତେବେ ସେ ଯେଉଁ ମାସ୍କ ପିନ୍ଧିଛନ୍ତି ତାହା ଲୁଇସ୍‌ ମ୍ୟୁଟନର। ଯାହାର ମୂଲ୍ୟ ପ୍ରାୟ ୨୬ ହଜାର ଟଙ୍କା (ଡଲାର ୩୫୫) ବୋଲି ଜଣାପଡ଼ିଛି।
ଏହି ଫଟୋକୁ ଶେୟାର କରି ବେବୋ ଲେଖିଛନ୍ତି, କୌଣସି ପ୍ରଚାର ନୁହେଁ, ଆପଣ କେବଳ ମାସ୍କ ପିନ୍ଧନ୍ତୁ। ଫଟୋରେ ସେ କଳା ରଙ୍ଗର ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଏହି ମାସ୍କକୁ ପ୍ରଶଂସକମାନେ ପସନ୍ଦ ମଧ୍ୟ କରୁଛନ୍ତି ଏହିପରି ଭାବେ ସେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।

Share