ଫିଲ୍ମ ‘ବିକ୍ରମ ଭେଧା’କୁ ନେଇ ଏଭଳି କହିଲେ କରୀନା

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ ଏବଂ ହ୍ରିତିକ୍‌ ରୋଶନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ଆସନ୍ତା ୩୦ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହାରି ମଧ୍ୟରୁ ଫିଲ୍ମର ପ୍ରଥମ ସମୀକ୍ଷା ମଧ୍ୟରୁ ଅଭିନେତ୍ରୀ କରୀନା କୁପରଙ୍କ ପାଖରୁ ଆସିଛି। ଏହାକୁ ନେଇ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ‘ବିକ୍ରମ ଭେଧା’ର ପୋଷ୍ଟର ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ସ୍ବାମୀ ସୈଫ ଅଲି ଖାନ୍‌ ଏବଂ ହ୍ରିତିକ୍‌ ରୋଶନ ରହିଛନ୍ତି। ପୋଷ୍ଟର ଶେୟାର କରି ‘ବିକ୍ରମ ଭେଧା’ ବ୍ଲକବଷ୍ଟର ହେବ ବୋଲି କହିଛନ୍ତି।

ଫିଲ୍ମଟି ସେପ୍ଟେମ୍ବର ୩୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ହ୍ରିତିକ -ସୈଫଙ୍କ ବ୍ୟତିତ ରାଧିକା ଆପତେ ଏବଂ ରୋହିତ ସରାଫ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ୨୦୧୭ ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ ଅଟେ।

Share