ମୁମ୍ବାଇ ଛାଡି ହରିୟାଣାରେ ରହିବେ କରୀନା-ସୈଫ୍‌: ଜାଣନ୍ତୁ କାହିଁକି ନେଲେ ଏପରି ନିଷ୍ପତ୍ତି

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଶେଷ ହେବାପରେ ଏବେ ସମସ୍ତେ ପୁଣିଥରେ କାମକୁ ଫେରିଛନ୍ତି। ବନ୍ଦ ରହିଥିବା ବଲିଉଡ୍‌ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ କରୀନା କପୁର ଫିଲ୍ମ ‘ଲାଲ ସିଂ ଚଡ୍‌ଢ଼ା’ର ଶୁଟିଂ ପାଇଁ ପରିବାର ସହ ହରିୟାଣାରେ ଥିବା ପଟୌଦି ପ୍ୟାଲେସରେ ପହଞ୍ଚିଛନ୍ତି। ଅକ୍ଟୋବର ୧୫ ପର୍ଯ୍ୟନ୍ତ ସେମାନେ ସେଠାରେ ରହିବେ। ଏଥିପାଇଁ ଉକ୍ତ ମହଲରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି। ଫିଲ୍ମର ଶୁଟିଂ ଦେଶ, ବିଦେଶରେ ପ୍ରାୟ ଶହେ ସ୍ଥାନରେ ଶେଷ ହୋଇଛି। ଏବେ ଦିଲ୍ଲୀରେ ଶୁଟିଂ ବାକି ରହିଛି। ତେଣୁ ଏହି ସମୟରେ ସୈଫ୍‌-କରୀନା ପଟୌଦୀ ପ୍ୟାଲେସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଠାରୁ କାର ଯୋଗେ କରୀନା ଫିଲ୍ମର ଶୁଟିଂ ପାଇଁ ଯିବେ। ଏଠାକୁ ସିପ୍ଟ କରିବା ପୂର୍ବରୁ ସେଠାରେ ପୁରା ପଟୌଦୀ ପ୍ୟାଲେସକୁ ସାନିଟାଇଜ କରାଯିବା ସହ ସମସ୍ତ ୨୫ କର୍ମଚାରୀଙ୍କ କରୋନା ଟେଷ୍ଟ ହୋଇଥିଲା।

Share