ଦ୍ୱିତୀୟ ସନ୍ତାନର ଫଟୋ ଶେୟାର କଲେ କରିନା, ବାପା-ଭାଇଙ୍କ ସହ ଖେଳୁଥିବା ଆସିଲେ ନଜର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ପରିବାର ସହ ସମୟ ବିତାଉଛନ୍ତି। ଦ୍ୱିତୀୟ ପୁତ୍ର ଜନ୍ମ ଦେବା ପରେ କରିନା ତାଙ୍କର ଯତ୍ନ ନେଉଛନ୍ତି। ଏଥି ସହିତ, ଏହି କାର୍ଯ୍ୟରେ ସୈଫ୍‌ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି। କରିନା ଏପର୍ଯ୍ୟନ୍ତ ପ୍ରଶଂସକଙ୍କୁ ସେମାନଙ୍କର ଦ୍ୱିତୀୟ ପୁଅର ମୁହଁ ଦେଖାଇ ନାହାନ୍ତି। ସାନ ପୁଅଙ୍କ ଫଟୋ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବ୍ୟଗ୍ର ଥିବା ବେଳେ କରିନା ଏବେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ତୈମୁର ଏବଂ ସୈଫ୍‌ଙ୍କ ସହ ସାନପୁଅ ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହେଲେ ଫଟୋରେ ସେ ସାନ ପୁଅଙ୍କ ମୁଁହରେ ଇମୋଜି ଦେଇ ଲୁଚାଇ ଦେଇଛନ୍ତି। କେବଳ ହାତ ଦେଖାଯାଉଛି।
ଫଟୋ ସେୟାର କରି ସେ କ୍ୟାପଶନ ମଧ୍ୟ ଲେଖିଛନ୍ତି, ‘ମେରା ୱିକେଣ୍ଡ କୁଛ୍‌ ଐସା ହୈ, ଅର୍‌ ଆପ୍‌କା’ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି।

Share