କରୀନା ଶେୟାର କଲେ ପୁଅ ତୈମୁରଙ୍କ ଫଟୋ, କହିଲେ…

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର କିଛି ଦିନ ତଳେ ଦ୍ୱିତୀୟ ଥର ମା’ ହୋଇଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ ନିଜ ସମ୍ପର୍କରେ ଅପ୍‌ଡେଟ୍‌ ଦେଇ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇରହୁଛନ୍ତି। ଦ୍ୱିତୀୟ ସନ୍ତାନର ମା’ ହେବା ପରେ କରୀନା ନିଜର ଓଜନ କମାଇଥିବା ଫଟୋ ବି ଶେୟାର କରିଥିଲେ। ଗତ ସପ୍ତାହରେ ସେ ଯୋଗ କରୁଥିବା ଫଟୋ ଶେୟାର କରିଥିବା ବେଳେ ଏବେ ପୁଅ ତୈମୁରଙ୍କ ଏକ ଫଟୋ ଶେୟାର କରିଛନ୍ତି। ଏଥିସହିତ ସେ ମଜାଳିଆ କ୍ୟାପଶନ ଲେଖିଛନ୍ତି। ଏହି ଫଟୋରେ ତୈମୁର ଏକ ଯୋଗ ମ୍ୟାଟ୍‌ରେ ଶୋଇଥିବା ନଜର ଆସିଛନ୍ତି। କରୀନା ଏଥିରେ କ୍ୟାପଶନ ଲେଖିଛନ୍ତି, ‘ଯୋଗ ପରେ ଷ୍ଟ୍ରେଚିଂ ନା ନିଦ ପରେ ଷ୍ଟ୍ରେଚିଂ କରୁଛ କିଛି ଜଣାପଡୁନାହିଁ। ଲକ୍‌ଡାଉନ୍‌ ଯୋଗ। ସୋସିଆଲ ମିଡିଆରେ ତୈମୁରଙ୍କ ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିବା ସହ ସୁନ୍ଦର ସୁନ୍ଦର କମେଣ୍ଟ ବି ଦେଉଛନ୍ତି।

ସୋସିଆଲ ମିଡିଆରେ ଛୋଟ ନବାବ ତଥା ତୈମୁରଙ୍କର ବି ଫ୍ୟାନ୍‌ ଫଲୋଅର୍ସ କିଛି କମ୍‌ ନାହାନ୍ତି। ତାଙ୍କର ଏକ ପେଜ୍‌ ତିଆରି କରାଯାଇଛି। ଏଥିରେ ତୈମୁରଙ୍କ ଫଟୋ ଶେୟାର କରାଯିବା କ୍ଷଣି ତାହା ସଙ୍ଗେ ସଙ୍ଗେ ଭାଇରାଲ ହେଉଛି।

Share