ପିଲାଙ୍କୁ ମନେ ପକାଇ ଭାବପ୍ରବଣ ପୋଷ୍ଟ ଶେୟାର କଲେ କରୀନା

ମୁମ୍ବାଇ: ୧୨ ଡିସେମ୍ବରରେ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ସେ ପରିବାର ସଦସ୍ୟଙ୍କଠାରୁ ଅଲଗା ରହୁଛନ୍ତି। ବର୍ତ୍ତମାନ କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ସେ ପୁଅ ତୈମୁର ଏବଂ ଜେହ୍‌ଙ୍କୁ ମନେ ପକାଇଛନ୍ତି।

କରୀନା ଇନ୍‌ଷ୍ଟାଗ୍ରାମରେ କ୍ୟାପଶନ ଲେଖିଛନ୍ତି, କରୋନାକୁ ମୁଁ ଘୃଣା କରେ। କରୋନା ଯୋଗୁ ମୁଁ ପିଲାମାନଙ୍କଠାରୁ ଦୂରେଇ ରହୁଛି। କିନ୍ତୁ ସୁସ୍ଥ ହେବା ପରେ ମୁଁ ଶୀଘ୍ର ଫେରି ଆସିବି।

ସ୍ମରଣଯୋଗ୍ୟ, ଗତ ୮ ତାରିଖରେ କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ପାର୍ଟି ପରେ ଅଭିନେତା ସୋହେଲ ଖାନ୍‌ଙ୍କ ସ୍ତ୍ରୀ ସୀମା ଖାନ୍‌ ପ୍ରଥମେ କରୋନା ପଜିଟିଭ୍‌ ବୋଲି ଜଣାପଡିଛି। ଏହା ପରେ କରୀନା, ଅମୃତା ଆରୋରା, ମହୀପ କପୁର ମଧ୍ୟ କରୋନା ପରୀକ୍ଷା କରାଇଥିଲେ। ସେମାନଙ୍କର ମଧ୍ୟ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା। ଏହା ପରେ ବିଏମ୍‌ସି ସମସ୍ତଙ୍କ ଘରକୁ ସିଲ୍‌ କରି ସାନିଟାଇଜ୍‌ କରିଥିଲା।

Share