ଦ୍ୱିତୀୟଥର ମା’ ହେବା ପରେ ପ୍ରଥମଥର ଫଟୋ ଶେୟାର କଲେ କରୀନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ନିକଟରେ ଦ୍ୱିତୀୟଥର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା କରୀନା ମା’ ହେବା ପରେ ପ୍ରଥମଥର ପାଇଁ ନିଜର ଏକ ସେଲ୍‌ଫି ଫଟୋ ଶେୟାର କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଖୁସି କରିଛନ୍ତି। ଏହି ଫଟୋରେ କରୀନା ଟୋପି ସହିତ କଳା ଚଷମା ପିନ୍ଧିଛନ୍ତି। ଫଟୋରେ କରୀନା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଫଟୋ ସହିତ କରୀନା କ୍ୟାପସନ ଲେଖିଛନ୍ତି, ‘ହେ ହେଲୋ, ମୁଁ ତୁମ ସମସ୍ତଙ୍କୁ ମିସ୍‌ କରୁଛି’। କରୀନା ଏହି ପୋଷ୍ଟ ସେୟାର କରିବାର ଅଳ୍ପ ସମୟ ମଧ୍ୟରେ ୩ ଲକ୍ଷରୁ ଅଧିକ ଲାଇକ ହୋଇଛି।

Share