ବିପାଶାଙ୍କୁ ଶକ୍ତ ଚାପୁଡା ମାରିଥିଲେ କରୀନା

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ବିପାଶା କେବଳ ଅଭିନୟ ନୁହେଁ, ତାଙ୍କ ଫିଟନେସକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥା’ନ୍ତ। ଯଦିଓ ବିପାଶା କିଛି ଦିନ ହେବ ଫିଲ୍ମଠାରୁ ଦୂରରେ ଥିଲେ ମଧ୍ୟ ସେ ନିଜର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥା’ନ୍ତି। ସମସ୍ତଙ୍କୁ ଜାଣନ୍ତି ବିପାଶା ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ, ସେତେବେଳେ ତାଙ୍କର ରଙ୍ଗ ଶ୍ୟାମଳ ଥିଲା, କିନ୍ତୁ ଏହା ସତ୍ତ୍ୱେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ଅନେକ ଥର ତାଙ୍କ ରଙ୍ଗ ହେତୁ ତାଙ୍କୁ ବହୁତ କଥା ଶୁଣିବାକୁ ପଡୁଥିଲା। ବଲିଉଡରେ ଅନେକ ଥର ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡାର କାହାଣୀ ଶୁଣାଯାଏ। ଏମିତି ଝଗଡା ବିପାଶା ଏବଂ କରୀନାଙ୍କ ମଧ୍ୟରେ ଲାଗିଥିଲା। ଫିଲ୍ମ ‘ଅଜନବି’ର ଶୁଟିଂ ସମୟରେ ଏହି ଘଟଣା ଘଟିଥିଲେ। ଶୁଟିଂ ସେଟରେ କରୀନା ଏବଂ ବିପାଶାଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା। ଡ୍ରେସକୁ ନେଇ ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଏପରିକି କରୀନା ରାଗିଯାଇ ବିପାଶାଙ୍କୁ ଚାପୁଡ଼ା ମାରିଥିଲେ। ଏହା ସହିତ, ତାଙ୍କ ଶରୀର ରଙ୍ଗକୁ ନେଇ ତାଙ୍କୁ କଳା ବିଲେଇ ବୋଲି ମଧ୍ୟ ଡାକି ଥିଲେ।ଏହି ଘଟଣା ପରେ ଉଭୟ ଆଉ କଥା ହୋଇ ନ ଥିଲେ।
ବିପାଶା ବସୁ ୭ ଜାନୁଆରୀ ୧୯୭୮ରେ ନୂଆଦିଲ୍ଲୀରେ ଏକ ହିନ୍ଦୁ ବଙ୍ଗଳା ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଏକ ବଡ ଭଉଣୀ ବିଦିଶା ଏବଂ ସାନ ଭଉଣୀ ବିଜେତା ଅଛନ୍ତି। ବିପାଶା ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଛନ୍ତି । ବିପାଶା ‘ଅଜନବି’ଫିଲ୍ମରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ।

Share