ତୈମୁରଙ୍କ ସ୍ବେଟରର ଦାମ୍‌ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଜଣେ ଲୋକପ୍ରିୟ ଷ୍ଟାର କିଡ୍‌। ଗତ ଡିସେମ୍ବର ୨୦ରେ ସେ ୪ ବର୍ଷର ହୋଇଯାଇଛନ୍ତି। ନିକଟରେ ତୈମୁର ଖ୍ରୀଷ୍ଟମାସ ପାଳନ କରୁଥିବା ଦେଖିବାକୁ ମିଳିଥିଲା। କପୁର ପରିବାର ପକ୍ଷରୁ ଆୟୋଜିତ ଖ୍ରୀଷ୍ଟମାସ ପାର୍ଟିରେ ମା’ କରିନା ଏବଂ ବାପା ସୈଫ୍‌ଙ୍କ ସହ ତୈମୁର ପହଞ୍ଚିଥିଲେ। ଏହି ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କରିନା ନିଜର ଇନ୍‌ଷ୍ଟାଗ୍ରାମ୍‌ ସାଇଟ୍‌ରେ ମଧ୍ୟ ଏକ ଭିଡିଓ ଶେୟାର କରିଥିଲେ। ଏଥିରେ ତାଙ୍କୁ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ତୈମୁର ଏକ ଲାଲ ରଙ୍ଗର ସ୍ବେଟର ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଲାଲ ରଙ୍ଗର ଏହି ସ୍ବେଟରରେ ତୈମୁର ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ସ୍ବେଟରରେ ଖ୍ରୀଷ୍ଟମାସ ଏବଂ ଡାଇନେସର ଲେଖାଯାଇଥିଲା। ଏବେ ଏହି ସ୍ବେଟରର ମୂଲ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ କରିନାଙ୍କ ପୁଅ ଏତେ ଶସ୍ତା ସ୍ବେଟର ପିନ୍ଧିଛନ୍ତି ବୋଲି କୁହାଯାଉଛି। ତେବେ ଏହି ସ୍ବେଟରର ମୂଲ୍ୟ ମାତ୍ର ୩୮୯ ଟଙ୍କା। ଏହାର ପ୍ରକୃତ ମୂଲ୍ୟ ୧୨୯୯ ଟଙ୍କା ହୋଇଥିବା ବେଳେ ଏହାକୁ ମାତ୍ର ୭୦ ପ୍ରତିଶତ ଅଫ୍‌ରେ କିଣାଯାଇଥିବା କୁହାଯାଉଛି।

Share