ହୋଲି ଖେଳରୁ ଦୂରେଇ ରୁହନ୍ତି କରୀନା, କାରଣ ଜାଣିଲେ…

ହୋଲିର ପର୍ବ ସମଗ୍ର ଦେଶରେ ଧୁମଧାମ୍‌ର ସହିତ ପାଳନ କରାଯାଏ। ବଲିଉଡରେ ବି ହୋଲିର ପର୍ବ ଧୁମଧାମରେ ପାଳନ କରାଯାଏ। ତେବେ ଇଣ୍ଡଷ୍ଟ୍ରିରେ ଏପରି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ହୋଲିର ରଙ୍ଗ ପସନ୍ଦ କରନ୍ତି ନାହିଁ। ସେ ପୂର୍ବରୁ ହୋଲି ଖେଳିବାକୁ ଭଲ ପାଉଥିଲେ, କିନ୍ତୁ ବର୍ତ୍ତମାନ ହୋଲିଖେଳିବାକୁ ଆଦୌ ପସନ୍ଦ କରୁ ନାହାଁନ୍ତି। ସେ ହେଉଛନ୍ତି ଅଭିନେତ୍ରୀ କରୀନା କପୁର। ହୋଲି ନ ଖେଳିବାର କାରଣ ଅଭିନେତ୍ରୀ ନିଜେ ପ୍ରକାଶ କରିଛନ୍ତି। କପୁର ପରିବାରର ହୋଲି ବହୁତ ଲୋକପ୍ରିୟ ଥିଲା। ରାଜ କପୁରଙ୍କ ଆର.କେ ଷ୍ଟୁଡିଓରେ ହୋଲି ପାର୍ଟି ଆୟୋଜିତ ହେଉଥିଲା। ଯେଉଁଥିରେ ବହୁ ବଲିଉଡ ସେଲିବ୍ରିଟି ସାମିଲ ହେଉଥିଲେ। କରୀନା ତାଙ୍କ ଜେଜେବାପା ରାଜ କପୁରଙ୍କର ଅତି ନିକଟତର ଥିଲେ ଏବଂ ତାଙ୍କ ସହିତ ସେ ହୋଲି ପାଳନ କରୁଥିଲେ। କିନ୍ତୁ ତାଙ୍କ ବିୟୋଗ ପରେ ହୋଲି ହୋଲି ଖେଳିବାଠାରୁ ଦୂରେଇ ରୁହନ୍ତି କରୀନା।

Share