ମୁ୍ମ୍ବାଇ: ବଲିଉଡ୍ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ଏବେ ବାହାରିଛନ୍ତି ଭ୍ୟାକେଶନରେ । ଶନିବାର ତାଙ୍କୁ ବିମାନ ବନ୍ଦରରେ ସ୍ପଟ କରାଯାଇଛି । ଶୈଫ ତାଙ୍କ ଜନ୍ମଦିନ ପରିବାର ସହ ପାଳନ କରିବାକୁ ଚାହୁଁଥିବା ବେଳେ କିଛି ଦିନ ହେବ ଘରେ ରହି ରହି ବୋର୍ ହୋଇଯାଇଥିବା କରିନା ବି ଚାହୁଁଥିଲେ ଟିକେ ବାହାରକୁ ବୁଲି ଯିବାକୁ । ଏମାନେ ଶୈଫଙ୍କ ଜଦ୍ମଦିନ ପାଇଁ ମାଲଦ୍ୱୀପ ଯାଇଥିବା ଜଣାପଡିଛି । ଅଗଷ୍ଟ ୧୬ରେ ଏମାନେ ମାଲଦ୍ୱୀପର ଏକ ଘରୋଇ ଆଇଲ୍ୟାଣ୍ଡରେ ଜନ୍ମଦିନ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଶୈଫିନାଙ୍କ ସାନ ପୁଅ ଜେହଙ୍କର ଏହା ହେଉଛି ପ୍ରଥମ ଭ୍ୟାକେଶନ । କରୋନା ପାଇଁ କରିନା କପୁର ତାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପୂର୍ବରୁ ବିଶେଷ ଭାବେ କୁଆଡେ ବୁଲିବାକୁ ଯାଇ ପାରି ନ ଥିବା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ଏବେ ଟିକିଏ ସମୟ ମିଳିବାରୁ କାର୍ଯ୍ୟ ବ୍ୟସ୍ତତାରୁ ଟିକେ ବିରତି ନେବା ପାଇଁ ବି ଶୈଫ ଅଲି ଭ୍ୟାକେଶନ ପ୍ଲାନିଂ କରିଛନ୍ତି ବୋଲି କୁହନ୍ତି ।