କରୀନାଙ୍କ ଦିଓ୍ବାଲୀ ପାର୍ଟି, ଯୋଗଦେଲେ ବି’ ଟାଉନର ଏସବୁ ଷ୍ଟାର୍‌

ମୁମ୍ବାଇ: ବର୍ତ୍ତମାନ ଦେଶର ଚାରିଆଡ଼େ ଦୀପାବଳି ଉତ୍ସବ ପାଳନ କରାଯାଉଛି। ସମସ୍ତେ ଏହି ପର୍ବକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି। ଏହି ଉତ୍ସାହ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ସେଲିବ୍ରିଟିମାନେ ସେମାନଙ୍କର ବନ୍ଧୁ ଏବଂ ଇଣ୍ଡଷ୍ଟ୍ରିର ଲୋକମାନଙ୍କ ପାଇଁ ଦିଓ୍ବାଲୀ ପାର୍ଟିର ଆୟୋଜନ ବି କରୁଛନ୍ତି।  ବି’ ଟାଉନର କପଲ କରୀନା କପୁର ଖାନ୍‌ ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ ନିଜ ଘରେ ଏକ ଦିଓ୍ବାଲୀ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ବହୁ ବଲିଉଡ୍‌ ଷ୍ଟାର୍‌ ଯୋଗ ଦେଇଥିଲେ।

କରୀନାଙ୍କ ଘରେ ହୋଇଥିବା ପାର୍ଟିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ଦେଖିବାକୁ ମିଳିଥିଲା। ଲାଲ୍‌ ରଙ୍ଗର ଲେହେଙ୍ଗା-ଚୁନିରେ ଆଲିଆ ବହୁତ ସୁନ୍ଦର ଦେଖାଯାଉଥିଲେ। ରଣବୀର ଧଳା ପ୍ୟାଣ୍ଟ ସହିତ କଳା କୁର୍ତ୍ତା ଏବଂ ଜ୍ୟାକେଟ ପିନ୍ଧିଥିଲେ।

କରୀନା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କର ଦିଓ୍ବାଲୀ ଲୁକ୍‌ର ଝଲକ ମଧ୍ୟ ଶେୟାର କରିଛନ୍ତି। ନାଲି ରଙ୍ଗର ଏକ ଶାଢ଼ି ପିନ୍ଧି ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ତାଙ୍କର ଅନେକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଶେୟାର କରିଛନ୍ତି। ସେ ହାଲୁକା ମେକଅପ୍‌ ନେବା ସହ କେଶ ଖୋଲା ରଖିଥିଲେ। ଏହି ଲୁକ୍‌ରେ ସେ ସୁନ୍ଦର ବି ଦିଶୁଥିଲେ। ସୈଫ୍‌ କଳା ଏବଂ ଧଳା ରଙ୍ଗର ଧୋତି କୁର୍ତ୍ତା ପିନ୍ଧି ନିଜ ଲୁକ୍‌କୁ ସମ୍ପୂର୍ଣ୍ଣ କରିଥିଲେ।

Share