ବିମାନବନ୍ଦରରେ ନଜର ଆସିଲେ କରୀନାଙ୍କ ପୂରା ପରିବାର

ମୁମ୍ବାଇ: ଅଭିନେତା ସୈଫ୍‌ ଅଲି ଖାନ ଏବଂ କରୀନା କପୁର ତାଙ୍କର ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ରବିବାର ନଜର ଆସିଛନ୍ତି। କେଉଁଆଡ଼େ ଛୁଟି ମନାଇବା ପାଇଁ ବାହାରିିଥିବା ଅନୁମାନ କରାଯାଉଛି।

ସୈଫ୍‌ ଏକ ମେରୁନ୍‌ କଲରର କୁର୍ତ୍ତା ଏବଂ ଧଳା ପାଇଜାମା ପିନ୍ଧିଥିବା ବେଳେ ଚଷମା ଲଗାଇଥିଲେ। କରୀନା ଏକ ଧଳା ସାଲଓ୍ବାର ଶୁଟ୍‌ରେ ନଜର ଆସିଥିଲେ। ଦୁହେଁ ସାଙ୍ଗରେ କଳା ହ୍ୟାଣ୍ଡବ୍ୟାଗ ନେଇଥିଲେ। ବଡ଼ପୁଅ ତୈପୁର ଏକ ଧଳା ଟି-ଶର୍ଟ ଏବଂ କଳା ଟ୍ରାଉଜରରେ ଥିଲେ ଏବଂ ତାଙ୍କ କାନ୍ଧରେ ଏକ ବ୍ୟାଗ୍‌ ଥିବା ନଜର ଆସିଥିଲେ। ଜେହ୍‌ ଏକ ଷ୍ଟ୍ରାଇଡ ଶର୍ଟ ଏବଂ ଡେନିମରେ ଥିଲେ। ତାଙ୍କ ସହ ତାଙ୍କ ଆଈ ମଧ୍ୟ ଥିଲେ। ଜେହ୍‌ ତାଙ୍କ ଆଈଙ୍କଠାରୁ ଟିକେଟ ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।

Share