ମୁମ୍ବାଇ:
କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ସାନପୁଅ ଜେହ୍ ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଥିବା ବେଳେ ସୋମବାର କରୀନା ତାଙ୍କ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସୁପର ତଥା ସୁନ୍ଦର ଶୁଭେଚ୍ଛା ଜଣାଇଛନ୍ତି। ଫଟୋରେ ତାଙ୍କ ପୁଅ ଜେହ୍ ଅଲି ଖାନ ଏବଂ ତୈମୁର ଅଛନ୍ତି। ସେ ପୋଷ୍ଟରେ କ୍ୟାପଶନ ଲେଖିଛନ୍ତି, ଭାଇ ଅପେକ୍ଷା କର, ଆଜି ଏକ ବର୍ଷ ହୋଇଗଲା। ଆସ ଏକାଠି ଦୁନିଆକୁ ଏକ୍ସପ୍ଲୋର୍ କରିବା। ‘ଜନ୍ମଦିନର ଶୁଭେଚ୍ଛା ମୋର ଜେହ୍ ବାବା … ମୋ ଜୀବନ।” # ମୋ ପୁଅ ଏବଂ # ମାଇ ଟାଇଗର ଲେଖିଛନ୍ତି।
କରୀନା-ସୈଫ୍ ୨୦୧୨ରେ ବିବାହ କରିଥିଲେ। ସେମାନଙ୍କର ବଡ଼ ପୁଅ ତୈମୁର ୫ ବର୍ଷ ହୋଇଥିବା ବେଳେ ଗତବର୍ଷ ଫେବୃୟାରୀ ୨୧ରେ କରୀନା ଦ୍ୱିତୀୟ ସନ୍ତାନ ଜେହ୍ଙ୍କୁ ଜନ୍ମ ଦେଇଥିଲେ।
କରୀନାଙ୍କ ଏହି ପୋଷ୍ଟରେ ତାଙ୍କ ନଣନ୍ଦ ସବା ଅଲ୍ଲୀ ଖାନ୍ ଲେଖିଛନ୍ତି, ହାପି ବାର୍ଥ ଡେ’ ଜେହ୍ ଜାନ୍। ଲଭ୍ ୟୁ। ଅଲଓ୍ବେଜ୍ ଟିମ୍।