Categories: ଫୁରସତ

ସିଗାରେଟ୍‌ ଛାଡି ଜମାକଲେ ଟଙ୍କା: ସେଥିରେ ତିଆରିକଲେ ଘର

ସ୍ମୋକିଂ ବା ସିଗାରେଟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସମସ୍ତେ ଜାଣନ୍ତି। ମାତ୍ର ଏହି ଅଭ୍ୟାସ ଥିବା ବ୍ୟକ୍ତିଙ୍କ ପାଇଁ ଏହାକୁ ଛାଡିକା କଷ୍ଟକର। ତେବେ କେରଳର ଜଣେ ବ୍ୟକ୍ତି ସିଗାରେଟ ଛାଡିଦେଇଛନ୍ତି। ଏଥିପାଇଁ ଖର୍ଚ୍ଚ କରୁଥିବା ଟଙ୍କାକୁ ସେ ଜମାରଖି ସେଥିରେ ଏକ ଘର ତିଆରି କରିଛନ୍ତି।
କେରଳର କୋଜିକୋଡେରେ ରହୁଥିବା ବେଣୁଗୋପାଳ ନାୟର(୭୫)ଜଣେ ଚେନ୍‌ ସ୍ମୋକର ଥିଲେ। ମାତ୍ର ଛାତିରେ ଯନ୍ତ୍ରଣା ହେବାରୁ ସେ ସିଗାରେଟ୍‌ ଛାଡିବାକୁ ନିଷ୍ପତ୍ତି ନେଲେ। ଏଥିରେ ସଫଳ ମଧ୍ୟ ହେଲେ। ଗତ ୮ ବର୍ଷ ହେଲାଣି ସେ ସିଗାରେଟ୍‌ ଟାଣି ନାହାନ୍ତି। ସିଗାରେଟ୍‌ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାକୁ ସେ ଜମାକଲେ। ୮ ବର୍ଷରେ ପ୍ରାୟ ୫ ଲକ୍ଷ ଟଙ୍କା ଜମାକରି ସେଥିରେ ନିଜ ଘରର ଉପର ଫ୍ଲୋର୍‌ କାମ କରୁଥିବା ସେ କହିଛନ୍ତି।

Share