ସାଢ଼େ ଚାରି ବର୍ଷ ସମ୍ପର୍କରେ ରହିବା ପରେ ଶାହିଦଙ୍କଠାରୁ ଅଲଗା ହୋଇଥିଲେ କରିନା, ବ୍ରେକ୍‌ଅପ୍‌ ନେଇ…

ବମ୍ବେ: ଏକ ସମୟରେ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ଶାହିଦ କପୁରଙ୍କ ଯୋଡ଼ିକୁ ଆଦର୍ଶ କୁହାଯାଉଥିଲା। ହେଲେ ଯେତେବେଳେ ସେମାନେ ଅଲଗା ହୋଇଥିଲେ ସବୁକିଛି ବଦଳିଯାଇଥିଲା। ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଏକ ଟେଲିଭିଜନ ଚାଟ୍‌ ଶୋ’ରେ ଶାହିଦଙ୍କୁ ବ୍ରେକ୍‌ଅପ୍‌ ପରେ କରିନାଙ୍କ ସହ କାମ କରିବାକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଏହାର ବଡ଼ ଅଜବ ଉତ୍ତର ଦେଇଥିଲେ ଶାହିଦ।

ଯଦି ମୋର ନିର୍ଦ୍ଦେଶକ ଜଣେ ଗାଇ ଅଥବା ମଇଁଷି ସହ ଜଣେ ଅଭିନେତା ଭାବେ ମୁଁ କାମ କରେ ବୋଲି ଚାହାନ୍ତି ତେବେ ମୁଁ ତା ପାଇଁ ମଧ୍ୟ ପ୍ରସ୍ତୁତ। ମୁଁ ସାଢ଼େ ଚାରି ବର୍ଷ ଧରି ଏକ ସମ୍ପର୍କରେ ରହିଲି। ବେଶ କମିଟେଡ୍‌ ମଧ୍ୟ ଥିଲି। ଏବେ ସେ ଜଣେ ଅଦ୍ଭୁତ ପ୍ରେମିକ ହେବାକୁ ଚେଷ୍ଟା କରିବେ ନାହିଁ ବୋଲି ଶାହିଦ କହିଥିଲେ।

Share