Categories: ଜାତୀୟ

ଦ୍ରାସରେ କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ ସିଂ

ନୂଆଦିଲ୍ଲୀ,୨୬।୭: ୨୪ ତମ କାର୍ଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଯୁଦ୍ଧ ସ୍ମାରକକୁ ଚୂଡାନ୍ତ ରୂପ ଦିଆଯାଇଛି। ୧୯୯୯ରେ ଏହି ଦିନ ଭାରତ ଦୁନିଆର ସବୁଠାରୁ ଦୁର୍ଗମ ଯୁଦ୍ଧକ୍ଷେତ୍ରରେ ଏକ ଦ୍ରାସରେ ପାକିସ୍ତାନକୁ ବାହାର କରି ବିଜୟ ହାସଲ କରିଥିଲା। ତେଣୁ ଏହି ଦିନକୁ ଭାରତ ବିଜୟ ଉତ୍ସବ ଭାବେ ପାଳନ କରୁଛି। ବୁଧବାର ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଦେଶ ପାଇଁ ଜୀବନ ଦେଇଥିବା ସୈନିକମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

 

Share