Categories: ଜାତୀୟ

କାର୍ଗିଲରେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୬।୭: ସୋମବାର କାର୍ଗିଲ ବିଜୟ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଏହାର ଦିନକ ପୂର୍ବରୁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ କାର୍ଗିଲ ଜିଲାର ଦ୍ରାସ୍‌ ସେକ୍ଟରରେ ପହଞ୍ଚିଛନ୍ତି। କାର୍ଗିଲ ବିଜୟର ୨୨ତମ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦ୍ରାସ ସେକ୍ଟର ଗସ୍ତ କରି ୧୯୯୯ ଯୁଦ୍ଧ ବେଳେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଭାରତର ବୀର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେଥିପାଇଁ ରାଷ୍ଟ୍ରପତି ୪ ଦିନିଆ ଜମ୍ମୁ-କଶ୍ମୀର ଓ ଲଦାଖ ଗସ୍ତରେ ଯାଇ ରବିବାର ଶ୍ରୀନଗରରେ ପହଞ୍ଚତ୍ଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ଓ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ୨୦୧୯ରେ ଖରାପ ପାଗ ଯୋଗୁ ରାଷ୍ଟ୍ରପତି ଦ୍ରାସ ଯାଇ ନ ପାରି ଶ୍ରୀନଗରସ୍ଥିତ ସେନାର ୧୫ କର୍ପସ ମୁଖ୍ୟାଳୟରେ ଥିବା ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Share