କରୋନା ସଂକ୍ରମିତଙ୍କ ଆଉ ଏକ କରୁଣ ଦୃଶ୍ୟ

ହାଇଦ୍ରାବାଦ,୨୭।୭: ତେଲେଙ୍ଗାନାର କରିମନଗରରେ ଜଣେ କରୋନା ସଂକ୍ରମିତଙ୍କ ବେଡ୍‌ରୁ ଖସିପଡି ମୃତ୍ୟୁ ହେବା ଘଟଣା ଏବେ ଆସିଛି ଚର୍ଚ୍ଚାକୁ। ଜିଲା ହସ୍ପିଟାଲରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣେ ୭୦ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଏବେ ବାଦବିବାଦ ମୁଣ୍ଡ ଟେକିଛି। ତେବେ ଜୁଲାଇ ୨୨ରେ ଉକ୍ତ ରୋଗୀ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କୁହାଯାଉଛି କି ମୃତକ ଜଣଙ୍କ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଅକ୍ସିଜେନ ଲଗାଇ ଚିକିତ୍ସା କରାଯାଉଥିଲା। ହେଲେ କୌଣସି କାରଣ ବଶତଃ ସେ ବେଡ୍‌ରୁ ଖସି ପଡିବାରୁ ତାଙ୍କର ଅକ୍ସିଜେନ ସପ୍ଲାଇ ବନ୍ଦ ହୋଇଯାଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଉକ୍ତ ଓ୍ବାର୍ଡରେ ଥିବା ଅନ୍ୟମାନେ ଅଭିଯୋଗ କରିଛନ୍ତି ଯେ ରୋଗୀ ଜଣକ ବେଡ୍‌ରୁ ଖସି ପଡିବା ପରେ ହସ୍ପିଟାଲ ପ୍ରଶାସନକୁ ଖବର ଦିଆଯାଇଥିବା ବେଳେ ତୁରନ୍ତ କୌଣସି ପଦକ୍ଷେପ ନିଆ ନ ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Share