ଘରେ ପରିବା ଧୋଉଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ଲାଇମଲାଇଟରୁ ଦୂରେଇ ରହିଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। କରିସ୍ମା ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ସବୁବେଳେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଏହି ସମୟରେ ସେ ଏକ ନୂତନ ପୋଷ୍ଟ ପ୍ରଶଂସକଙ୍କ ପାଇଁ ଶେୟାର କରିଛନ୍ତି। କରୋନା କାରଣରୁ କରିସ୍ମା ବର୍ତ୍ତମାନ ଘରେ ପନିପରିବା ଧୋଇବା ଆରମ୍ଭ କରିଛନ୍ତି। ଏହାର ଫଟୋ ଏବଂ ଭିଡିଓ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କୁ ଟମାଟୋ ଏବଂ କୋବି ଧୋଉଥିବାର ଦେଖିବାକୁ ମିଳୁଛି। ଏହାକୁ ପୋଷ୍ଟକରି ସେ କ୍ୟାପଶନରେ ଲେଖିଛନ୍ତି, ମୁଁ ଯେଉଁ କାମ କରିବାକୁ ସବୁଠୁ ବେସି ଭଲପାଏ ସେହି କାମ କରୁଛି। ପରିବାକୁ ଧୋଇବା ଏବଂ ଶୁଖାଇବା। କରିସ୍ମାଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ରଖୁଛନ୍ତି।

Share