କହୁ କହୁ କହିଦେଲେ କରିନା

ବମ୍ବେ: କହୁ କହୁ କହିଦେଲେ କରିନା କପୁର ଖାନ୍‌। ମେହବୁବ୍‌ ଷ୍ଟୁଡିଓ ବାହାରେ ଅଭିନେତ୍ରୀ କାଜୋଲଙ୍କ ସହ ତାଙ୍କର ଦେଖା ହୋଇଥିଲା। ଉଭୟ କିଛି ସମୟ ଧରି ପରସ୍ପର ସହ କଥା ହୋଇଥିଲେ। ଏହି ସମୟରେ କଥା କଥାରେ କରିନା କରିସ୍ମାଙ୍କୁ କରୋନା ହୋଇଥିବା ନେଇ କହିଦେଇଥିଲେ। ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି।

କାଜୋଲ କରିନାଙ୍କୁ ଜେହଙ୍କ ବିଷୟରେ ପଚାରିଥିଲେ। ଏପରିକି ତାଙ୍କୁ କରୋନା ହୋଇଥିବା କଥା କହିଥିଲେ। ଏହାପରେ କରିନା କରିସ୍ମା କରୋନା ସଂକ୍ରମିତ ହୋଇଥିବା କଥା କହିଥିଲେ। ସେଠାରେ ଥିବା କିଛି ଫଟୋଗ୍ରାଫର ଉଭୟଙ୍କର ଭିଡିଓ ଓ ଫଟୋ ଉଠାଇଥିଲେ। ବିଶେଷକରି ଭିଡିଓଟି ଭାଇରାଲ ହେବା ପରେ କରିସ୍ମାଙ୍କ ଆରୋଗ୍ୟ କାମନା କରୁଛନ୍ତି ପ୍ରଶଂସକ।

ଏହାଛଡ଼ା ସୈଫଙ୍କ ଭଉଣୀ ସବା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କରିସ୍ମାଙ୍କ ଫଟୋ ପୋଷ୍ଟ କରି ତାଙ୍କ ଆରୋଗ୍ୟର କାମନା କରିଛନ୍ତି।

Share