ଆଜି ହାତକୁ ଦି’ହାତ ହେବେ କରିସ୍ମା

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କୁ ବିବାହ କରିବେ। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଯାଇଛି। ଗତ କାଲି ତାଙ୍କର ହଳଦୀ ରସମ୍‌ ହୋଇଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଟିଭି ଷ୍ଟାର ହେବା ସତ୍ତ୍ୱେ ସେ ଲାଇମଲାଇଟ ଠାରୁ ଦୂରେଇ ରହିଥିବା ଜଣେ ବିଜନେସ ମ୍ୟାନଙ୍କୁ ଲାଇଫ ପାର୍ଟନର ଭାବେ ବାଛିଛନ୍ତି।

Share