୩୭ରେ କରିଶ୍ମା

ମୁମ୍ବାଇ,୨୧।୧୨: ଛୋଟପରଦାରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ କରିଶ୍ମା ତନ୍ନା ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ଡିସେମ୍ବର ୨୧ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପରଦାରେ କିୟୁଁକି ଶାଶ୍‌ ଭି କଭି ବୋହୂ ଥିରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୨୦୧୪ରେ ବିଗ୍‌ ବସ୍‌ ସିଜିନ୍‌-୮ରେ ଉପେନ୍‌ ପଟେଲଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ଏହାପରେ ଦୁହିଁମଧ୍ୟରେ ଅନ୍ତରଙ୍ଗତା ବଢ଼ିଯାଇଥିଲା। ଦୁହେଁ ବହୁ ଦିନ ଲିଭ୍‌ଇନ୍‌ରେ ରହିଥିଲେ। ୨୦୧୬ରେ ବିବାହ ପାଇଁ ସେମାନେ ଯୋଜନା କରିଥିଲେ। ମାତ୍ର ହଠାତ୍‌ ସମ୍ପର୍କରେ ଫାଟ ଆସିଥିଲା। ଏହାପରେ କରିଶ୍ମାଙ୍କ ସମ୍ପର୍କ ରାହୁଲ ମହାଜନଙ୍କ ସହିତ ବଢ଼ିଥିଲା। ତେବେ ପରବର୍ତ୍ତୀ ସମୟରେ ଉପେନ କରିଶ୍ମାଙ୍କ ଜୀବନକୁ ପୁଣି ଫେରିଆସିଥିଲେ।

Share