କରିସ୍ମାଙ୍କୁ ଶାଶୁ ମାରିଥିଲେ ଚାପୁଡ଼ା

ବମ୍ବେ: ଏକ ସମୟରେ କରିସ୍ମା କପୁର ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇ ସେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ନିଜର କ୍ୟାରିୟରରେ ଅନେକ ବଡ଼ ହିରୋଙ୍କ ସହ କାମ କରିଥିଲେ ସେ। ହେଲେ ଅଭିନୟ ଦୁନିଆରେ ସେ ଯେତିକି ସଫଳ ଥିଲେ ବ୍ୟକ୍ତିଗତ ଜୀବନରେ ସେତିକି ବିବାଦୀୟ ଥିଲେ।

ଏକାଧିକ ବାର ପ୍ରେମରେ ବିଫଳ ହେବା ପରେ ଦିଲ୍ଲୀର ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ଦୁଇ ସନ୍ତାନ ହେବା ପରେ ମଧ୍ୟ ଉଭୟ ଅଲଗା ହୋଇଯାଇଥିଲେ। ବିବାହ ବିଚ୍ଛେଦ ପରେ କରିସ୍ମା ନିଜର ବୈବାହିକ ଜୀବନକୁ ନେଇ ଅନେକ ଖୁଲାସା କରିଥିଲେ। ସେଥିରୁ ଗୋଟିଏ ଥିଲା ଶାଶୁଙ୍କୁ ନେଇ।
କରିସ୍ମାଙ୍କୁ ସଞ୍ଜୟ ଦୁର୍ବବ୍ୟହାର କରିବା ସହ ମାର୍‌ପିଟ୍‌ କରୁଥିଲେ। ଏକଦା କରିସ୍ମାଙ୍କ ଶାଶୁ ତାଙ୍କୁ ଏକ ଡ୍ରେସ୍‌ ଉପହାରରେ ଦେଇଥିଲେ। ହେଲେ ସେ ଗର୍ଭବତୀ ଥିବା ଯୋଗୁ ଡ୍ରେସ୍‌ଟି ଫିଟ୍‌ ଆସି ନ ଥିଲା। ସେତେବେଳେ ସଞ୍ଜୟ ତାଙ୍କ ମା’ଙ୍କୁ କରିସ୍ମାଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ।

୨୦୦୨ରେ କରିସ୍ମା ବିବାହ କରିଥିବା ବେଳେ ୨୦୧୪ରେ ସଞ୍ଜୟଙ୍କଠାରୁ ଅଲଗା ହୋଇଯାଇଥିଲେ।

Share