ଘର ବିକିବେ କରିସ୍ମା, ଦାମ୍‌ ଜାଣିଲେ…

ମୁମ୍ବାଇ : ଅଭିନେତ୍ରୀ କରିସ୍ମା କପୁର ତାଙ୍କ ଘର ବିକ୍ରି କରିବେ। ଯଦିଓ କରିସ୍ମା ଏ ବିଷୟରେ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ସେ ତାଙ୍କ ପୁରୁଣା ଘର ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କରିସ୍ମା ବର୍ତ୍ତମାନ ‘ରୋଜ୍‌ କୁଇନ୍‌’ ନାମକ ଏକ ବିଲ୍ଡିଂର ୧୦ମ ମହଲାରେ ରହୁଛନ୍ତି। ଏହି ଘରକୁ କରିସ୍ମା ୨୦୨୦ରେ କିଣିଥିଲେ। ସବୁଠୁ ଚର୍ଚ୍ଚାର ବିଷୟ ହେଲା କରିସ୍ମା ଯେଉଁ ଘର ବିକିବେ ତା’ର ଦାମ୍‌ ବହୁ କୋଟି। ସେ ଏହି ଘରକୁ ୧୦.୧ କୋଟିରେ ବିକିବେ। ଏଥିସହିତ ତାଙ୍କ ଭଉଣୀ କରୀନା କପୁର ମଧ୍ୟ ପୁରୁଣା ଘର ବିକି ନୂଆ ଘରକୁ ଯିବେ। ସୈଫ୍‌ ଏବଂ କରୀନା ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି।

Share