
କର୍ଲାମୁଣ୍ଡା:୨୨।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ କର୍ଲାମୁଣ୍ଡା ବ୍ଲକ ଟ୍ରାକ୍ଟର ମାଲିକ ସଂଘର ସଭାପତି ନବୀନ କିଶୋର ସାହୁଙ୍କ ନେତୃତ୍ୱରେ ଏକ ସାଧାରଣ ସଭା କରାଯାଇଥିଲା। ବର୍ତ୍ତମାନ ରାଜ୍ୟସାରା ଲଘୁ ଖଣିଜ ଦ୍ରବ୍ୟ (ବାଲି, ମେଟାଲ, ମୋରମ) ବୋଝେଇ ଟ୍ରାକ୍ଟର ପୋଲିସ ଚଢ଼ାଉ କରି ଜବତ କରି ସଙ୍ଗେ ସଙ୍ଗେ କୋର୍ଟ ଚାଲାଣ କରୁଥିବାରୁ ସରକାରୀ ଅବା ବେସରକାରୀ ସଂସ୍ଥା ଗୁଡ଼ିକ ନିର୍ମାଣ କରାଯାଉଥିବା ସ୍ଥାନରେ ଇଟା,ବାଲି,ପଥର,ମାଟି,ଚିପ୍ସ ଇତ୍ୟାଦି ଦରକାର ବେଳେ ପରିବହନରେ ବାଧାପ୍ରାପ୍ତ ହେଉଥିବା ଯୋଗୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ ଶୁକ୍ରବାର କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେଙ୍କୁ କର୍ଲାମୁଣ୍ଡା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ଯଥା ବାଲି, ମାଟି,ଇଟା,ପଥର ବାବଦକୁ ରୟାଲିଟି ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଏଥିରେ ଟ୍ରାକ୍ଟର ମାଲିକ ସଂଘର ସଦସ୍ୟ କୈଳାସ ସାହୁ , ମହେନ୍ଦ୍ର ରଣା,ଭାନୀ ଶଙ୍କର କମ୍ପ, କ୍ଷିର ସାଗର କୁମାର, ଦେବେନ୍ଦ୍ର କୁମାର,ସନ୍ୟମଣୀ ସାହୁ, ମୋହନ ସାହୁ,ଶଶି ସାହୁ,ତ୍ରିସୁତ ସାହୁ, ଘନଶ୍ୟାମ ସାହୁ,କ୍ଷିରମଣି ସାହୁ, ଶୁଶାନ୍ତ ରଣା, ହେମନ୍ତ ସାହୁ ସମେତ ଶତାଧିକ ଟ୍ରାକ୍ଟର ମାଲିକ ଉପସ୍ଥିତ ଥିଲେ।